ଏଲ୍‌ଜି ବଜାରକୁ ଛାଡିଲା ସ୍ମାର୍ଟ ପଂଖା, ମିଳିବ ୱାଇଫାଇ ସୁବିଧା ଓ ଦୂର ହେବେ ମଶା

Published By : Prameya-News7 Bureau | September 20, 2019 IST

ଟେକ୍‌ନଲୋଜି ବଢିବା ସହ ସବୁ ଜିନିଷର ଉନ୍ନତି ହେଉଛି। ଆଜିକାଲି ଫୋନ ସହ ଅନେକ ଜିନିଷ ସ୍ମାର୍ଟ ଭାବେ ମିଳୁଛି। ସେହିଭଳି ପଂଖା ବା ଫ୍ୟାନ ମଧ୍ୟ ସ୍ମାର୍ଟ ହେଉଛି। ତେବେ ଜଣାଶୁଣା ଟେକ୍‌ କମ୍ପାନୀ ଏମିତି ଏକ ପଂଖା ଲଂଚ କରିଛି ଯାହା ଇଣ୍ଟରନେଟ ସପୋର୍ଟ ସହ ଆସୁଛି।

ଏହି ଫ୍ୟାନରେ ଡୁଆଲ ୱିଙ୍ଗ ବ୍ଲେଡ ଦିଆଯାଇଛି। କମ୍ପାନୀ ଅନୁସାରେ ଏହି ଫ୍ୟାନ୍‌ ବଡ ରରୁମ୍‌ରେ ସମାନ ଏୟାର ଫ୍ଲୋ ଦିଏ। ଏହାର ଦାମ ହେଉଛି ୧୬,୯୯୦ ଟଙ୍କା। ଏହି ପଂଖାରେ ଏଲଇଡି ଡିସପ୍ଲେ ମଧ୍ୟ ରହିଛି। ଏଲିଜି ଏଥିରେ ଆଡଭାନ୍ସଡ୍‌ ଇନଭର୍ଟର ମୋଟର ବ୍ୟବହାର କରିଛି। କମ୍ପାନୀର କହିବା ଅନୁସାରେ ସୁରକ୍ଷା ବଢାଇବା ସହ ଫ୍ୟାନ୍‌ରେ ଡ୍ୟୁରେବିଲିଟି ଓ ରିଲାୟବିଲିଟି ମଧ୍ୟ ବଢାଯାଇଛି।  

{"id":160183}

ଏଲ୍‌ଜିର ଏହି ନୂଆ ସିଲିଂ ଫ୍ୟାନ୍‌ ୱାଇଫାଇ ସହ ଆସେ। ଏହି ଫ୍ୟାନ୍‌ର ସବୁଠୁ ବଡ ଫାଇଦା ଏହା ଯେ, ଆମାଜନ ଏଲେକ୍ସା ଓ ଗୁଗୁଲ ଆସିଷ୍ଟେଣ୍ଟଙ୍କୁ ମଧ୍ୟ ସପୋର୍ଟ କରିବାର ଅପସନ ଅଛି। ଏହା ବ୍ୟତୀତ ପଂଖାରେ (LG SmartThinQ) ଏଲଜି ସ୍ମାର୍ଟ ଥିଙ୍କର ଆପ ଦିଆଯାଇଛି।  ଏହି ଆପର ୟୁଜର ଫ୍ୟାନକୁ ସ୍ମାର୍ଟଫୋନ୍‌ ଦ୍ବାରା ମଧ୍ୟ କଣ୍ଟ୍ରୋଲ କରିପାରିବେ।

ଲଂଚ କରାଯାଇଥିବା ଏହି  ପ୍ରିମିୟମ ଫ୍ୟାନ ଅନ୍ୟ ଫ୍ୟାନ ତୁଳନାରେ ଟର୍ବଲାନ୍ସକୁ ୨୨ ପ୍ରତିଶତ କମ କରେ।  ଏଥିରେ ଥିବା ବିଷେଶ ୱିଙ୍ଗସ୍‌ ରୁମର ଚାରିଆଡେ ପବନ ପହଞ୍ଚାଏ। ଫୁଲ ସ୍ପିଡରେ ଚାଲିଲେ ମଧ୍ୟ ପଂଖାରୁ କୌଣସି ଶବ୍ଦ ବାହାରେ ନାହିଁ।

{"id":160182}

ରାତିରେ ମଶା ସମସ୍ୟା ଯେଗୁଁ ନିଦ ନହେଉଥିଲେ ଏହି ଫ୍ୟାନ ବ୍ୟବହାର କରିବା ଉଚିତ୍‌। କମ୍ପାନୀ ଏଥିରେ ଖାସ କରି Mosquito Away ଟେକ୍‌ନଲୋଜି ଦେଇଛି। ଏହା ଦ୍ବାରା ମଶାମାନେ ରୁମ୍‌ରେ ପଶିବେ ନାହିଁ। ଏହା ସହ ପଂଖାରେ ସ୍ଲିପ୍‌ ମୋଡ ମଧ୍ୟ ଦିଆଯାଇଛି ଯାହା ରାତିରେ ଫ୍ୟାନ୍‌ର ସ୍ପିଡକୁ ଆଡଜଷ୍ଟ କରିବ। ଏହି ଫ୍ୟାନ ୨ ବର୍ଷର ୱାରେଣ୍ଟି ସହ ଆସୁଛି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.