Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଏବେ ସିଧାସଳଖ ଘରକୁ ଜିନିଷ ପହଞ୍ଚାଇବ LG India : ଲଞ୍ଚ ହେଲା ଅନଲାଇନ୍ ଷ୍ଟୋର

11/08/2020 at 2:22 PM

ନୂଆଦିଲ୍ଲୀ ୧୧/୮: ଇ-କମର୍ସଙ୍କ ପ୍ରତ୍ୟେକ ଗ୍ରାହକଙ୍କ ରୁଚିକୁ ଆଖି ଆଗରେ ରଖି ଇଲେକ୍ଟ୍ରୋନିକ୍ସର ବଡ଼ କମ୍ପାନୀ ଏଲଜି ସୋମବାର ଗ୍ରାହକଙ୍କ ନିକଟକୁ ସିଧା ପହଞ୍ଚାଇବା ପାଇଁ ‘ଡାଇରେକ୍ଟ-ଟୁ-କଞ୍ଜୁମର ଚ୍ୟାନେଲ୍ ଏପରି ସମୟରେ ଲଞ୍ଚ କରିଛନ୍ତି ଯେତେବେଳେ କରୋନା ଭାଇରସର ପ୍ରକୋପ ପରେ ଅନଲାଇନ୍ ବିକ୍ରି ବଢ଼ୁଛି ଏବଂ ଗ୍ରାହକଙ୍କୁ ଅନ୍ୟ ଉତ୍ପାଦ ବ୍ୟତୀତ ଇଲେକ୍ଟ୍ରୋନିକ୍ସ ଉପକରଣକୁ କିଣିବା ପାଇଁ ମଧ୍ୟ ଲୋକପ୍ରିୟ ଇ-କମର୍ସ ପ୍ଲାଟଫର୍ମରେ ଯିବା ପାଇଁ ପ୍ରେରିତ କରାଯାଉଛି।

ଏଲଜି ଇଣ୍ଡିଆ ଡିଟୁ ସି ଚ୍ୟାନେଲ୍ ଆରମ୍ବରେ କେବଳ କିଛି ସୀମିତ ଉତ୍ପାଦ ସହ ସୀମିତ ସହରରେ ଜିନିଷ ଡେଲିଭର କରିବ କିନ୍ତୁ ଏହାର ଯୋଜନା ରହିଛି ଯେ ଡେଲିଭରି ନେଟଓ୍ବାର୍କକୁ ଯୋଡ଼ି ସମଗ୍ର ଦେଶରେ ବିସ୍ତାର କରିବା। ଏଲଜି ଇଣ୍ଡିଆର ଅନଲାଇନ ବିଜନେସ୍ ହେଡ ପିଟିଆଇକୁ କହିଛନ୍ତି ଯେ ଆମେ ନିଜର ଡାଇରେକ୍ଟ-ଟୁ-କଞ୍ଜୁମର ଅନଲାଇନ୍ ଷ୍ଟୋର ଲଞ୍ଚ କରିଛନ୍ତି। ଏବେ ଏଲଜି ଡଟ୍ କମରେ ଆସୁଥିବା ଗ୍ରାହକ ଅଧିକ ସୂଚନା ନେବା ବ୍ୟତୀତ ଉତ୍ପାଦ ମଧ୍ୟ କିଣି ପାରିବେ। ଏହା ଅନୁସାରେ,ଏହି ଡିଟୁ ସି ଚ୍ୟାନେଲ୍ ଭାରତରେ ଏଲଜି ବିଜନେସ୍ ପାଇଁ କମ୍ପ୍ଲିମେଣ୍ଟାରି ହେବ,ଅଫଲାଇନ୍ ରିଟେଲ ଏହି ବିଜନେସର ମୂଳ ଅଟେ। ଏଲଜି ସ୍ଥାନୀୟ ଗୋଦାମର ନିଜ ନେଟଓ୍ବାର୍କର ଉପଯୋଗ କରିବ,ଯେଉଁଠାରେ ସେ ଥାର୍ଡ଼ ପାର୍ଟି ନେଟଓ୍ବାର୍କର ଉପଯୋଗ କରି ଗ୍ରାହକଙ୍କ ଅର୍ଡ଼ର ତାଙ୍କ ପାଖକୁ ପହଞ୍ଚାଇବ।

ଇ-କମର୍ସ ଇକୋସିଷ୍ଟମରେ ଲକଡାଉନ୍ ସମୟରେ ଘରୋଇ ଜିନିଷ ଏବଂ ଇଲେକ୍ଟ୍ରୋନିକ୍ସର ଚାହିଦା ବଢ଼ୁଛି। ଗ୍ରାହକ ନିଜ ଘରେ ରହି ଆରାମରେ ଜିନିଷ କିଣିବାକୁ ଚାହୁଁଛନ୍ତି। ମହାମାରୀ କାରଣରୁ ଲୋକେ ଘରେ ରହିବାକୁ ଠିକ୍ ମଣୁଛନ୍ତି ତେଣୁ ଆଶା କରାଯାଉଛି ଯେ ଘରୋଇ ଉପକରଣ ଏବଂ ମନୋରଞ୍ଜନ ଉପକରଣ ବିକ୍ରି ବୃଦ୍ଧି ପାଇବ। ଏଲଜି ଆରମ୍ଭରେ କିଛି ବଛା ବଛା ସହରରେ ଡି ଟୁ ସି ଚ୍ୟାନେଲ୍ ମାଧ୍ୟରେ ଉତ୍ପାଦର ଡେଳିଭରି ଆରମ୍ଭ କରିବ,ଯେଉଁଥିରେ ଦିଳ୍ଲୀ,ମୁମ୍ବାଇ,ହାଇଦ୍ରାବାଦ,ଗାଜିଆବାଦ,ଗୁଡ଼ଗାଁଓ,ନୋଏଡ଼ା,କୋଲକାତା ଏବଂ ବେଙ୍ଗାଲୁରୁ ସାମିଲ ରହିଛି।

   Related Posts