Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାର ବିଭିନ୍ନ ଦାବି ସଂପର୍କରେ ଉଲ୍ଲେଖ କରି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ

19/06/2018 at 4:57 AM

ରବିବାର ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ଗଭର୍ଣ୍ଣିଙ୍ଗ କାଉନସିଲ୍ ବୈଠକରେ ଯୋଗ ଦେଇପାରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡିଶାର ଦାବି ସଂପର୍କରେ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିଭିନ୍ନ ଦାବି ସଂପର୍କରେ ଉଲ୍ଲେଖ କରିଛନ୍ତି । ପ୍ରଥମରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି ନବୀନ । ରାଜ୍ୟର ଜନସଂଖ୍ୟାର ଏକ ବଡ଼ ଭାଗ ତଫସିଲ ଭୁକ୍ତ ଜନଜାତି ଓ ଜାତିର ହୋଇଥିବା ବେଳେ ରାଜ୍ୟ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି । ଓଡ଼ିଶାକୁ ଏ ଦୃଷ୍ଟିରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ଯୁକ୍ତିଯୁକ୍ତ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ଦ୍ବିତୀୟରେ ରାଜ୍ୟର କୃଷିକ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଚାଷୀର ଆୟ ଦୁଇଗୁଣା କରିବା ବାବଦରେ ପଦକ୍ଷେପ ନେବାକୁ ନବୀନ ଲେଖିଛନ୍ତି । ଏଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ବୃଦ୍ଧି ଉପରେ ନବୀନ ଗୁରୁତ୍ବ ଦେଇଛନ୍ତି । ବଜେଟରେ କେନ୍ଦ୍ର ସରକାର ପ୍ରତ୍ୟକ ଫସଲର ଏମଏସପି ଦେଢ଼ଗୁଣା କରିବା ଲାଗି ଘୋଷଣା କରିଥିଲେ । ସେହିପରି ରାଜ୍ୟର ଚାଷୀମାନେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛନ୍ତି। ଏଣୁ ଏସବୁଥିରୁ ଚାଷୀଙ୍କୁ ଉଦ୍ଧାର କରିବା ଲାଗି ଋଣ ଛାଡ଼ ନେଇ ଏକ ଜାତୀୟ ନୀତି ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସେହପରି ଚାଷୀଙ୍କୁ ସୁବିଧାରେ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ କୃଷି ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟ ଗଠନ କରିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଟ୍ରଷ୍ଟର ଗ୍ୟାରେଣ୍ଟି ମାଧ୍ୟମରେ ଚାଷୀମାନେ ୨ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇପାରିବେ। ସେହିପରି କେନ୍ଦ୍ର ପ୍ରଣୟନ କରିଥିବା ଆୟୁଷ୍ମାନ ଭାରତ ଯୋଜନା ଏସଇସିସି ସର୍ଭେ ଅନୁଯାୟୀ ପ୍ରଣୟନ ହେଉଥିବାରୁ ଏଥିରେ ରାଜ୍ୟର ୪୦ ଲକ୍ଷ ବାଦ ପଡ଼ିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସାମିଲ କରାଯାଇପାରୁଥିବା ଏକ ସ୍ବାସ୍ଥ୍ୟ ସେବା ଯୋଜନା ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ତେବେ ରାଜ୍ୟର ପ୍ରସଙ୍ଗକୁ ଗୁରୁତ୍ବ ଦିଆଗଲେ ଓଡ଼ିଶା ମଧ୍ୟ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ଆୟୁଷ୍ମାନ ଭାରତରେ ସାମିଲ ହେବାକୁ କୁଣ୍ଠା ପ୍ରକାଶ କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

   Related Posts