ମୁଖ୍ୟମନ୍ତ୍ରୀ ବନାମ ରାଜ୍ୟପାଳ : ମମତା କହିଲେ ମୋ ସରକାରର କିଛି ବିଗାଡି ପାରିବନାହିଁ, ରାଜ୍ୟପାଳ କହିଲେ ଦେବି ଜବାବ୍

Published By : Prameya-News7 Bureau | May 03, 2020 IST

କୋଲକତା ୩।୫: ପଶ୍ଚିମବଙ୍ଗରେ କରୋନା ବିରୋଧରେ ଚାଲିଥିବା ଲଢେଇ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନକଡଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସେମାନଙ୍କ ମଧ୍ୟରେ ଅଭିଯୋଗର ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଉଭୟ ପରସ୍ପର ବିରୋଧରେ ଗମ୍ଭୀର ଅଭିଯୋଗ ଆଣୁଛନ୍ତି ।

ରାଜ୍ୟପାଳ ଗତ ସପ୍ତାହରେ ମମତା ବାନାର୍ଜୀଙ୍କୁ ୩୭ଟି ପ୍ରସଙ୍ଗକୁ ନେଇ ୧୪ ପୃଷ୍ଠାର ଚିଠି ଲେଖିଥିଲେ । ଏହାସହ ମମତା ବାନାର୍ଜୀ ୧୪ ପୃଷ୍ଠାର ଚିଠି ଲେଖି ପ୍ରତିକ୍ରିୟା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ କେବଳ କରୋନା ସମୟରେ କ୍ଷମତା ଦଖଲ କରିଥିବା ଅଭିଯୋଗ କରିନାହାଁନ୍ତି, ବରଂ ସେ ସରକାରଙ୍କର କିଛି ବିଗାଡି ପାରିବେ ନାହିଁ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ ରାଜ୍ୟପାଳ ସେମାନଙ୍କ ନୀତି ସହ ସହମତ ହୋଇପାରନ୍ତି ନାହିଁ, କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ନଜରକୁ ଆଣିବା ବ୍ୟତୀତ ତାଙ୍କର ଅନ୍ୟ କୌଣସି ଶକ୍ତି ନାହିଁ। କରୋନା ସଙ୍କଟ ସମୟରେ କ୍ଷମତା ହାସଲ କରିବାକୁ ଚେଷ୍ଟା କରନ୍ତୁ ନାହିଁ, ଆପଣ ସରକାରଙ୍କର କିଛି କରିପାରିବେ ନାହିଁ ।

କେବଳ ଏତିକି ନୁହେଁ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଚିଠିର ଭାଷା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ସେ ଏହି ଚିଠିକୁ ଅପମାନଜନକ ଏବଂ ଧମକପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନ ଏହାର ପ୍ରତିବଦଳରେ ରାଜ୍ୟପାଳ ମମତାଙ୍କ ଚିଠିକୁ ସାମ୍ବିଧାନିକ ଶୃଙ୍ଖଳା ବିରୋଧୀ କହି ତାର ଜବାବ ଦେବାକୁ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ମୁଁ ବହୁତ କିଛି କଥା ଚପାଇ ରଖିଛି । ସବୁକିଛି କହିବା ଜରୁରୀ ହୋଇପଡିଛି । ଏହି ଚିଠିର ଉତ୍ତର ଦିଆଯିବ କାରଣ ଏଥିରେ ବହୁତ କିଛି ଅଛି ଯାହାକୁ ମୁଁ ଗ୍ରହଣ କରିପାରିବି ନାହିଁ ଏବଂ ଏହା ସମ୍ବିଧାନର ଭାବନା ​​ଉପରେ ଗ୍ରହଣ ଭଳି ।

ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅଭିଯୋଗ କରି ରାଜ୍ୟପାଳ କହିଥିଲେ ଯେ, ସେ ଭାରତର ସମ୍ବିଧାନକୁ ଅସମ୍ମାନ କରୁଛନ୍ତି ଏବଂ ତାଙ୍କର ସମ୍ପୂର୍ଣ୍ଣ ଆଚରଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ରାଜ୍ୟପାଳ କହିଛନ୍ତି ଯେ ମମତା ବାନାର୍ଜୀ ଭିକ୍ଟିମ୍ କାର୍ଡ ଖେଳନ୍ତି, କିନ୍ତୁ ସେ ପୀଡିତା ନୁହଁନ୍ତି ।

ରାଜ୍ୟପାଳ କହିଥିଲେ ଯେ, କରୋନା ନେଇ କେନ୍ଦ୍ର ସରକାର ଆଇନ ଅନୁଯାୟୀ ଏକ କମିଟି ଗଠନ କରିଛନ୍ତି, ଏହା ଉପରେ ସୁପ୍ରିମକୋର୍ଟଙ୍କର ମଧ୍ୟ ନିର୍ଦ୍ଦେଶ ରହିଛି । ମମତା ବାନାର୍ଜୀ ଏହାକୁ କାହିଁକି ବିରୋଧ କରୁଛନ୍ତି ? ସେ କହିଛନ୍ତି ଯେ ମମତା ବାନାର୍ଜୀ ଏହି ଟିମକୁ ଖୋଲା ହୃଦୟରେ ସ୍ବାଗ କରିବା ଉଚିତ୍ କାରଣ ଏହି ଟିମ୍ କରୋନା ବିପକ୍ଷରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.