ପ୍ରଧାନମନ୍ତ୍ରୀଙ୍କୁ ଭାଲେଣ୍ଟାଇନ୍‌ ଲେଟର ପଠାଇଲେ ଶାହୀନ ବାଗ୍‌ର ଆନ୍ଦୋଳନକାରୀ

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ : ଶାହୀନ ବାଗ୍‌ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପତ୍ର।  ଦିଲ୍ଲୀର ଶାହୀନ ବାଗ୍‌ରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ବିକ୍ଷୋଭ କରୁଥିବା ଲୋକେ ମୋଦିଙ୍କୁ ଦେଇଛନ୍ତି ଭାଲେଣ୍ଟାଇନ୍‌ ଲେଟର ।  ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଅନୁରୋଧ । ଲେଖିଛନ୍ତି , କେବେ ଆସିବେ ଆପଣ ?

ସୂଚନା ମୁତାବକ , ଶାହୀନ ବାଗ୍‌ରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ୧୩ ଫେବ୍ରୁୟାରୀ ସନ୍ଧ୍ୟା ୫ଟାରେ ଭାଲେଣ୍ଟାଇନ୍‌ ପାଳିବାକୁ ସ୍ଥିର କରିଛନ୍ତି । ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ଆଉ ନିମନ୍ତ୍ରଣ କାର୍ଡରେ ଲେଖାଯାଇଛି,  ଏଥର ଭାଲେଣ୍ଟାଇନ୍‌ରେ ଲୋକେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏଣୁ ମୋଦିଜୀ ଆସନ୍ତୁ , ଏବଂ ହସଖୁସିରେ ମିଶି ଆମ ସହ ଉତ୍ସବ ପାଳନ୍ତୁ ।

ଏହି ନିମନ୍ତ୍ରଣ ପତ୍ରରେ ଲେଖା ଯାଇଛି , ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଲଭ୍‌ ସଙ୍ଗ୍ ଜାରି କରିବୁ ଏବଂ ମୋଦିଜୀଙ୍କୁ ଭାଲେଣ୍ଟାଇନ୍ ଡେ’ର ସପ୍ରାଇଜ୍‌ ଗିଫ୍ଟ ଦେବୁ ।  ଦୟାକରି ମୋଦିଜୀ ଆପଣ ଆସନ୍ତୁ , ଏବଂ ଆପଣଙ୍କର ଉପହାର ନେଇ ଯାଆନ୍ତୁ । ଏହାସହ ଆମ ସହ ଖୁସି ଖୁସିରେ କଥାବାର୍ତ୍ତା ହୁଅନ୍ତୁ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.