Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ପ୍ରଧାନ ବିଚାରପତିଙ୍କୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ହୃଦୟଛୁଆଁ ଚିଠି, ଏମିତି ଉତ୍ତର ଦେଲେ ସିଜେଆଇ

9/06/2021 at 12:14 PM

କୋଲକାତା, ୦୯/୦୬:  କେରଳର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କୁ କରୋନାକୁ ନେଇ ଏକ ହୃଦୟଛୁଆଁ ଚିଠି ଲେଖିଛନ୍ତି । ପ୍ରଧାନ ବିଚାରପତି ମଧ୍ୟ ଛାତ୍ରୀଙ୍କ ଚିଠିକୁ ସ୍ୱୀକାର କରି ଖାସ୍ ଅନ୍ଦାଜରେ ଜବାବ ଦେଇଛନ୍ତି । କେବଳ ଏତିକି ନୁହେଁ, ଛାତ୍ରୀଜଣଙ୍କୁ ପ୍ରଧାନ ବିଚାରପତିଙ୍କୁ ନିଜ ହାତରେ ଲେଖିଥିବା ଭାରତୀୟ ସମ୍ବିଧାନର ଏକ କପି ମଧ୍ୟ ପଠାଇଛନ୍ତି ।

ସୂଚନା ଅନୁସାରେ, କେରଳର ତ୍ରିଶୁରରେ ରହୁଥିବା ଲିଡଓ୍ୱିନା ଜୋସେଫ୍ ନିଜ ଭାବନାକୁ ବ୍ୟକ୍ତ କରି ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ । ଏହି ଚିଠି ସହ ସେ ପ୍ରଧାନ ବିଚାରପତିଙ୍କୁ ଏକ ଚିତ୍ର ମଧ୍ୟ ପଠାଇଥିଲେ । ପ୍ରଧାନ ବିଚାରପତି ଛାତ୍ରୀଙ୍କ ଚିଠିକୁ ପସନ୍ଦ କରିବା ସହ ଚିତ୍ରକୁ ମଧ୍ୟ ପ୍ରଶଂସା କରିଥିଲେ ।

ଛାତ୍ରୀଜଣଙ୍କ ଚିଠିରେ ଲେଖିଥିଲେ ଯେ, ପ୍ରଧାନ ବିଚାରପତି କରୋନା ମହାମାରୀ ଲଢେଇରେ ହସ୍ତକ୍ଷେପ କରନ୍ତୁ  । ଏହାସହ କୋର୍ଟ ଲୋକଙ୍କ ଜୀବନ ରକ୍ଷା କରିବାକୁ ପଦକ୍ଷେପ ନିଅନ୍ତୁ । ଅମ୍ଲଜାନର ଯେପରି ଅସୁବିଧା ନହୁଏ ସେଥିପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ  ।  ସେ ଆହୁରି ମଧ୍ୟ ଲେଖିଥିଲେ ଯେ, ଦିଲ୍ଲୀ ତଥା ଦେଶର ଅନ୍ୟ ପ୍ରାନ୍ତରେ ହେଉଥିବା ମୃତ୍ୟୁସଂଖ୍ୟାକୁ ନେଇ ସେ ଚିନ୍ତିତ । ଖବର କାଗଜରୁ ସେ କୋର୍ଟ କରୋନା ମୁକାବିଲା ପାଇଁ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିଥିବା ଜାଣିବାକୁ ପାଇଥିଲେ । ୧୦ ବର୍ଷୀୟ ଜୋସେଫ୍ ବହୁତ ଭାଗ୍ୟଶାଳୀ ଅଟନ୍ତି କାରଣ ପ୍ରଧାନ ବିଚାରପତି ଚିଠିକୁ ସୁନ୍ଦର ପତ୍ର କହିବା ସହ ଶୁଭକାମନା ମଧ୍ୟ ଜଣାଇଛନ୍ତି । ଏହାସହ ଭାରତୀୟ ସମ୍ବିଧାନର ଏକ କପି ମଧ୍ୟ ଜୋସେଫଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି ।

ଜୋସେଫ୍ ନିଜ ମେଲ୍ ଜରିଆରେ ଯେଉଁ ଚିତ୍ର ପଠାଇଥିଲେ , ସେଠିରେ ପ୍ରଧାନ ବିଚାରପତି କରୋନାକୁ ମାତ୍ ଦେଉଥିବା ଦେଖିବାକୁ ମିଳିଛି । ପ୍ରଧାନ ବିଚାରପତି ଚିଠିର ଜବାବ ଦେଇ କହିଥିଲେ ଯେ, ସେ ଜୋସେଫଙ୍କଠୁ ସୁନ୍ଦର ପତ୍ର ପାଇଛନ୍ତି । ଯେପରି ଭାବେ ଛୋଟ ବାଳିକାଟି ଦେଶରେ ହେଉଥିବା ଘଟଣା ୁପରେ ନଜର ରଖିଛି ତାହା ପ୍ରଶଂସନୀୟ । ଏହା ଦ୍ୱାରା ସେ ପ୍ରଭାବିତ ହୋଇଥିବା କହିଛନ୍ତି । ଏହାସହ ଛାତ୍ରୀଜଣଙ୍କ ଭବିଷ୍ୟତରେ ଜଣେ ସଚେତନ ନାଗରିକ ହେବେ ଓ ରାଷ୍ଟ୍ର ନିର୍ମାଣରେ ସାମିଲ ହେବେ ବୋଲି ସିଜେଆଇ କହିଛନ୍ତି ।

   Related Posts