ସଭାପତିଙ୍କ ଯୌନ ଶୋଷଣର ଶିକାର ହେବା ପରେ ଚାକିରୀ ଛାଡିବା ସହ ପିଡୀତା କେମିତି ପତ୍ର ଲେଖିଥିଲେ ପଢନ୍ତୁ… ଆପଣଙ୍କ ମନରେ ବି ସଭାପତିଙ୍କ ପାଇଁ ସୃଷ୍ଟି ହେବ ଘୃଣା…

Published By : Prameya-News7 Bureau | November 01, 2019 IST

କେନ୍ଦ୍ରାପଡା ୧|୧୧: କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ୍ ବ୍ୟାଙ୍କ ଯୌନ କଳୋଙ୍କାରୀର ଖୋଲୁଛି ଗୁମର। ତବେ ନିୟୁଜ-୭ ହାତରେ ଲାଗିଛି ପୀଡିତାଙ୍କ ଏମିତି ଏକ ଚିଠି ଯାହାକି ପୀଡିତାଙ୍କ ଭିତରେ ଥିବା କ୍ରୋଧ ଓ ଅସହାୟତାକୁ ବୟାନ କରୁଛି। ତେବେ ସଭାପତିଙ୍କ ଉତ୍ପୀଡନର ଅତିଷ୍ଟ ହୋଇ ପୀଡିତା ଚାକିରିରୁ ଇସ୍ତଫା ଦେଲା ପରେ ବି ବ୍ୟାଙ୍କ କର୍ତୃପକ୍ଷ ତାଙ୍କୁ ଚାକିରୀରେ ଯୋଗ ଦେବା ପାଇଁ ଚାପ ପକାଇଥିବା ଚିଠିରେ  ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ ପତ୍ରରେ ଅତି କାକୁତି ମିନତୀ ହୋଇ ପୀଡିତା ବ୍ୟାଙ୍କ ସମ୍ପାଦକଙ୍କୁ ପ୍ରଶ୍ନ କରିଛନ୍ତି, 'ମୁଁ ଯଦି ଆପଣଙ୍କ ଝିଅ ହୋଇଥାଆନ୍ତି? ଆସନ୍ତୁ ଦେଖିବା ଜଣେ ପୀଡିତାର ପତ୍ର। 

{"id":177733,"align":"center","width":463,"height":599}

’ମୋ ପରିବାର ଆର୍ଥିକ ପରିସ୍ଥିତି ଖରାପ ନଥିଲେ ମୁଁ କଣ ସେଠି ଚାକିରି କରି ଥାଆନ୍ତି? ନା ନାନା ନିର୍ଯୟାତନା ସହି ସେଠି ଏତେ ଦିନ ପଡି ରହିଥାଆନ୍ତି। ଏ ହେଉଛି ଜଣେ ଅସହାୟ ଯୁବତୀର କ୍ଷୋଭ ଭରା ଅଭିବ୍ୟକ୍ତି। ଆଉ ସେହି ପୀଡିତାର ପତ୍ର ଏବେ ପହଁଚିଛି ନିୟୁଜ-7 ହାତରେ।

ପଡନ୍ତୁ ନିଜ ଦୁଃଖ ଯାତନାର ଏ ଯେଉଁ ଦଲିଲ ପୀଡିତା କେନ୍ଦ୍ରାପଡା କୋ ଅପରେଟିଭ୍ ବ୍ୟାଙ୍କ୍ ସମ୍ପାଦକଙ୍କୁ ଲେଖିଛନ୍ତି ତାହା କତେ ହୃଦୟ ବିଦାରକ। ଗତ ଅଗଷ୍ଟ ମାସ ୩୦ ତାରିଖରେ ଏହିପତ୍ର ପୀଡିତା ବ୍ୟାଙ୍କ ସମ୍ପାଦକ ପ୍ରହଲ୍ଲାଦ ସାହୁଙ୍କୁ ଲେଖିଛନ୍ତି। ବାପା ତୁଲ୍ୟ ସଭାପତି ମୋତେ ତାଙ୍କୁ ଚାମ୍ବରକୁ ଡାକି ନାନା ଉପାୟରେ ଯୌନ ଶୋଷଣ କରୁଥିଲେ ବୋଲି ଚିଠିରେ ଲେଖା ଅଛି।

{"id":177734,"align":"center","width":463,"height":592}

ଖାଲି କଣ ସେତିକି ନିଜ ପରିବାରର ଅଭାବ ଅନାଟନ ଏବଂ ଦାରିଦ୍ର୍ୟ କଥା ଉଲ୍ଲେଖ କରିବା ସହିତ ସେ ସମ୍ପାଦକଙ୍କୁ ପଚାରିଛନ୍ତି ଯଦି ଆପଣଙ୍କ ଝିଅକୁ ତାର ଅଫିସ୍ ରେ ଯୌନ ଶୋଷଣ କରାଯାଇ ଥାଆନ୍ତା। ତବେ ଆପଣ କଣ ସେଠି ତାକୁ ବାରମ୍ବାର କାମ କରିବାକୁ ଚାପ ପକାଇଥାଆନ୍ତେ।

ସେ ଚିଠିରେ ଏ କଥା ମଧ୍ୟ ଲେଖଛନ୍ତି ଯେ ସେ ହେଉଛନ୍ତି ବ୍ୟାଙ୍କର ପ୍ରଥମ ମହିଳା ଯେକି ସଭାପତିଙ୍କ ନବାବି ମିଜାଜ୍ ଓ ଯୌନାକାଂକ୍ଷା ବିରୋଧରେ ମୁହଁ ଖୋଲିଛନ୍ତି। ତବେ ଚିଠିରେ କୁହାଯାଇଛି ତାଙ୍କର ସମ୍ପର୍କୀୟ ମାମୁ କମଳାକାନ୍ତ ମଧ୍ୟ ତାଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ। ତବେ ସବୁଠାରୁ ବଡ କଥା ହେଲା ଏହି ଚିଠିର ନକଲ ଜିଲ୍ଲାପାଳ ଏବଂ ଟାଉନ୍ ପୋଲିସ କୁ ମଧ୍ୟ ଦେଇଛନ୍ତି ପୀଡିତା। 

{"id":177736}

କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ପ୍ରେମଲୀଳାକୁ ନେଇ ଏବେ କେନ୍ଦ୍ରାପଡା ଉଠୁଛି ପଡୁଛି। ନିୟୁଜ-7 ରେ ଖବର ପ୍ରସାରଣ ପରେ ଗୋଟେ ପରେ ଗୋଟେ ସତ ସାମନାକୁ ଆସିବାରେ ଲାଗିଛି। ଆଜି ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ପୀଡିତାକୁ ନ୍ୟାୟ ପ୍ରଦାନ ଦାବିରେ ଅତିରିକ୍ତ ଏସପି ଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଛାତ୍ର କଂଗ୍ରେସ ଏଥିପାଇଁ ପୋଲିସ କୁ ୨୪ଘଂଟା ସମୟ ଦେଇଛି। ଅନ୍ୟପକ୍ଷରେ ଛାତ୍ର କଂଗ୍ରେସ୍ ରାଜ୍ୟ ସଂଯୋଜକଙ୍କୁ ଫୋନ୍ ଯୋଗେ ଧମକ ଚମକ ଦିଆଯାଇ ଚାପ ପକାଯାଉଥିବା ମଧ୍ୟ ସେ ନିଜ ପ୍ରତିକ୍ରୀୟାରେ କହିଛନ୍ତି। 

ୟା ଭିତରେ ଗତକାଲି ପୀଡିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। କେନ୍ଦ୍ରାପଡା ପୋଲିସ ର ପରବର୍ତୀ ପଦକ୍ଷେପ କଣ ରହିବ ଦେଖିବାକୁ ବାକି ରହିଛି। 

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.