ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜେ.ଆର.ଡି. ଟାଟାଙ୍କୁ ଇନ୍ଦିରା ଲେଖିଥିବା ପତ୍ର, ସେୟାର କରି ହର୍ଷ ଗୋୟଙ୍କା ଲେଖିଛନ୍ତି ‘Sheer class !’

Published By : Prameya-News7 Bureau | July 22, 2021 IST

ନୂଆଦିଲ୍ଲୀ  ୨୨।୭: ‘ଆପଣ ଆସି ମୋତେ ଭେଟି ପାରନ୍ତି..ଯେବେବି ଆପଣ କୌଣସି ବିଚାର ବ୍ୟକ୍ତ କରିବାକୁ ଚାହାନ୍ତି ତାହା ଅନୁକୂଳ ହେଉ ଅଥବା ଆଲୋଚନାତ୍ମକ’ ଏହି କିଛି ଶବ୍ଦ ପଙକ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ପତ୍ରର, ଯାହାକୁ ସେ ୫ ଜୁଲାଇ ୧୯୭୩ରେ ଲେଖିଥିଲେ। ଏହି ପତ୍ରଟି ଟାଟା ଗ୍ରୁପ ଅଫ କମ୍ପନୀଜର ମାଲିକ ଜେ.ଆର.ଡି ଟାଟାଙ୍କ ଉଦ୍ଦେଶ୍ୟରେ ଥିଲା। ଯାହାକୁ ଏବେ ଆରପିଜି ଏଣ୍ଟରପ୍ରାଇଜେସ୍‌ ଅଧ୍ୟକ୍ଷ ହର୍ଷ ଗୋୟଙ୍କା ସେୟାର କରିଛନ୍ତି। ତାହା ଏବେ ଭାଇରାଲ ହେବାରେ ଲାଗିଛି।

wp:embed {"url":"https://twitter.com/hvgoenka/status/1417381024460271620","type":"rich","providerNameSlug":"twitter","responsive":true,"className":""}
https://twitter.com/hvgoenka/status/1417381024460271620
/wp:embed

ଗୋୟଙ୍କା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏହାକୁ ସେୟାର କରି ‘ଜଣେ ଖୁବ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଓ ଜଣେ ଦିଗ୍ଗଜ ଉଦ୍ୟୋଗପତିଙ୍କ ମଧ୍ୟରେ ଅତ୍ୟନ୍ତ ବ୍ୟକ୍ତିଗତ’ ‘ସେର କ୍ଲାସ୍‌’ ବୋଲି ଉଲ୍ଲେଖ କରିଛନ୍ତି। ଏହି ପତ୍ରର ପ୍ରଥମ ଧାଡିମାନଙ୍କରେ ଇନ୍ଦିରା ‘ମୁଁ ପରଫ୍ୟୁମ୍‌କୁ ନେଇ ବହୁତ ରୋମାଞ୍ଚିତ, ଧନ୍ୟବାଦ’। ଏମିତିରେ ମୁଁ କେବେ ପରଫ୍ୟୁମର ବ୍ୟବହାର କରେନି। ଦୁନିଆର ଥାଟ୍‌ବାଟରୁ ମୁଁ ଏତେ ଅଲଗା ହୋଇ ଯାଇଛି ଯେ ଏ ସବୁ ବିଷୟରେ ମୋତେ ଜଣା ବି ନାହିଁ। ହେଲେ ଏବେଠାରୁ ମୁଁ ଏହାର ଉପଯୋଗ କରିବି ବୋଲି ଇନ୍ଦିରା ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/mitulpradeep/status/1417475184383217673","type":"rich","providerNameSlug":"twitter","responsive":true,"className":""}
https://twitter.com/mitulpradeep/status/1417475184383217673
/wp:embed

ଏହି ପତ୍ରର ଦ୍ୱିତୀୟ ପାରାଗ୍ରାଫରେ ଇନ୍ଦିରା ‘ଆପଣଙ୍କୁ ଭେଟି ବହୁତ ଭଲ ଲାଗିଲା..ଯେବେବି ଆପଣ ଆସିବାକୁ ଚାହାନ୍ତି, ଭେଟିବାକୁ ଚାହାନ୍ତି, ଯେବେ ଆପଣ କୌଣସି ବିଚାର ବ୍ୟକ୍ତ କରିବାକୁ ଚାହାନ୍ତି ତାହା ଅନୁକୂଳ ହେଉ ଅଥବା ଆଲୋଚନାତ୍ମକ କୃପାକରି ଆଗୁଆ ଲେଖିକରି ଜଣାଇବେ ’ ବୋଲି ଉଲ୍ଲେଖ କରିଛନ୍ତି। ଶେଷରେ ଶୁଭକାମନା ସହ ଇନ୍ଦିରା ପତ୍ରରେ ସ୍ୱାକ୍ଷର କରିଛନ୍ତି।

ହର୍ଷ ଗୋୟଙ୍କା ସୋସିଆଲ ନେଟୱାର୍କିଂ ସାଇଟରେ ବେଶ୍ ଆକ୍ଟିଭ ରହୁଛନ୍ତି। ଦୈନନ୍ଦିନ ଘଟଣା ହେଉ କି ପୁରୁଣା ଦିନର ଘଟଣାବଳୀ ନେଇ ପ୍ରାୟତଃ ଟ୍ୱିଟ୍‌ କରୁଛନ୍ତି। ଯାହାକୁ ୟୁଜରମାନେ ବେଶ୍ ପସନ୍ଦ କରୁଛନ୍ତି ଓ ଏହା ଉପରେ ସେମାନଙ୍କର ରାୟ ମଧ୍ୟ ରଖୁଛନ୍ତି। ଇନ୍ଦିରାଙ୍କ ଏହି ପତ୍ର ସମ୍ପର୍କରେ ମଧ୍ୟ ଲୋକେ ନିଜର ମତାମତ ବ୍ୟକ୍ତ କରୁଛନ୍ତି। ଯେଉଁଥିରେ କେତେ ମହାନ ଥିଲେ ଏପରି ଲୋକେ ବୋଲି ମଧ୍ୟ ଉଲ୍ଲେଖ କରିବାକୁ ଲୋକେ ଭୁଲି ନାହାନ୍ତି।

ଅତୀତରେ ନେତାମନ୍ତ୍ରୀମାନେ ଖୁବ ପତ୍ର ଲେଖୁଥିଲେ। ନିଜର ପାରିବାରିକ ସମ୍ପର୍କୀୟ ହୁଅନ୍ତୁ ଅଥବା ମିତ୍ର ଏଥିରେ ଟାଟା ସମସ୍ତ ସୀମା ଅତିକ୍ରମ କରିଥିଲେ। ସେ ତାଙ୍କ କମ୍ପାନୀର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଜବାହାରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧିଙ୍କୁ ମଧ୍ୟ ଅନେକ ପତ୍ର ଲେଖିଛନ୍ତି ବୋଲି ନେଟିଜେନ୍‌ ଉଲ୍ଲେଖ କରିଛନ୍ତି। ଏପରି ଲୋକେ ବାସ୍ତବିକ ବିଶ୍ୱର ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅନ୍ୟତମ ବୋଲି ମଧ୍ୟ ଲୋକେ ଉଲ୍ଲେଖ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.