ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | November 25, 2020 IST

ଭୁବନେଶ୍ୱର ୨୫।୧୧: ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ । ଦ୍ୱିତୀୟ AIIMS ପ୍ରତିଷ୍ଠା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ । ସୁନ୍ଦରଗଡ଼ ଜିଲ୍ଲାରେ AIIMS ପ୍ରତିଷ୍ଠା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ।

{"id":367237,"sizeSlug":"large"}

ବିହାର ଭଳି ଓଡିଶାରେ ୨ୟ AIIMS ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ରେ ୨ୟ AIIMS ପାଇଁ ଭିତ୍ତିଭୂମି ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଓ NTPC ସହଭାଗିତାରେ ହସ୍ପିଟାଲ ନିର୍ମାଣ ହୋଇଛି । ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସରିଛି । ୧୦୦ MBBS ଡାକ୍ତର ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ଭିତ୍ତିଭୂମି ରହିଛି । ତେଣୁ ଆବଶ୍ୟକ ଭିତିଭୂମି ଥିବାରୁ ଏଠାରେ AIIMS ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏପରି ଅନେକ ଦାବି ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ଭୁବନେଶ୍ୱରରେ ଗୋଟିଏ AIIMS ରହିଛି । ଯେଉଁଠାରେ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ହେଉଛନ୍ତି । କିନ୍ତୁ ଏତେ ବଡ଼ ରାଜ୍ୟ ପାଇଁ ଆଉ ଏଖ AIIMSରେ ଆବଶ୍ୟକ ରହିଛି ବୋଲି ଅନେକ ସମୟରେ ଦାବି ଉଠିଥାଏ । ଖାସ୍‌ କରି ପଶ୍ଚିମ ଓଡିଶା ପଟେ ସ୍ୱାସ୍ଥ୍ୟ ସେବାକୁ ଆହୁରି ଦୃଢ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହିପ୍ରରିପେକ୍ଷୀରେ ଏବେ ସୁନ୍ଦରଗଡ଼଼ରେ ଆଉ ଏକ AIIMS ବା ରାଜ୍ୟରେ ୨ୟ AIIMS ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.