ନିମପୁରରେ ପହଞ୍ଚିଛି ମୃତ୍ୟୁର ଚିଠି : ଜଣେ କି ଦୁଇ ଜଣ ନୁହଁ, ଗାଁର ପୁରା ୨୨ ପରିବାରକୁ ଡାକ ଯୋଗେ ଆସିଛି ସମାନ ଚିଠି, ଖେଳିଗଲାଣି କୋକୁଆ ଭୟ

Published By : Prameya-News7 Bureau | December 26, 2018 IST

ପଟ୍ଟାମୁଣ୍ଡାଇ ୨୬|୧୨: ନିଦ ହଜେଇଦେଇଛି ଚିଠି । ଚିଠିରେ ରହିଛି ତନ୍ତ୍ର ସାଧକ ସାଧନା ସମ୍ପର୍କରେ ସୂଚନା । ଚିଠି ପାଇବା ପରେ କେନ୍ଦ୍ରାପଡା ଜିଲ୍ଲା  ନିମପୁର ଗାଁ ର ୨୨ ପରିବାର ଆଖିରୁ ନିଦ ହଜିଯାଇଛି ।ହେଇପାରେ ଏହା ଏକ ଗୁଜବ କିନ୍ତୁ ଗାଁ ରେ ଏହି କଥାକୁ ନେଇ ବେଶ ଆଲୋଡନ ।

{"id":67358}

 ୨୫ ତାରିଖରେ ଡାକ ପିଅନ ଗୋଟେ କି ଦୁଇଟି ପରିବାର ନୁହେଁ ୨୨ଟି ପରିବାରକୁ ଚିଠି ଦେବା ପରେ  ସତେ ଯେମିତି ଚିଠିକୁ ନେଇ ଗାଁ ରେ ପଡିଯାଇଛି ଭାଳେଣି । ଏହି ଅନ୍ଧ ବିଶ୍ବାସକୁ ନେଇ କାହା ଘରେ ପୂଜା ପାଠ  ହେଲାଣି ତ କିଏ ଦୁଆର ମୁହଁରେ ବାନ୍ଧୁଛି ରକ୍ଷା କବଚ ନାଲି ଶଙ୍ଖା ଆଉ ନାଲି କାଛିଆ । 

{"id":67359}

ଏ ହେଉଛି ସେହି ଚିଠି ଯେଉଁଥିରେ ରହିଛି ତାନ୍ତ୍ରିକ ତନ୍ତ୍ର ସମ୍ପର୍କରେ ବାର୍ତ୍ତା। । ଏ ସମ୍ପର୍କରେ ଗତ ୨୫ ତାରିଖ ଦିନ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ନିମପୁର ପୋଖରିସାହି ଗାଁକୁ ଗୋଟେ କି ଦୁଇଟି ପରିବାରକୁ ନୁହେଁ ୨୨ଗୋଟି ପରିବାରକୁ  ଆସିଥିଲା ସମାନ ଚିଠି । ଚିଠିରେ ଲେଖାଥିଲା ଯେ ଗତ ଦୁଇମାସ ଭିତରେ ଦୁଇଟି କନ୍ୟାକୁ ବଳି ଦିଆଯାଇଛି । ଆଉ ୧୦ ବର୍ଷ ଭିତରେ ପ୍ରାୟ ଯେତିକି ଲୋକ ମରିଛନ୍ତି  ସେଥିମଧ୍ୟରୁ ପ୍ରାୟ ୯୦ଭାଗ ଲୋକଙ୍କୁ କୌଶଳକ୍ରମେ ମରାଯାଇଛି ।

{"id":67363}

କେବଳ ସେତିକି ନୁହେଁ, ଅମାବାସ୍ୟା କୃଷ୍ଣ ପକ୍ଷ ଦ୍ବଜା ନକ୍ଷତ୍ର ସମୟରେ ଆହୁରି ଅନେକ ଲୋକଙ୍କୁ ବଳି ଦିଆଯିବ । ଗ୍ରାମଦେବତୀଙ୍କୁ ବନ୍ଦି କରାଯାଇଛି  ବୋଲି ମଧ୍ୟ ଚିଠିରେ ଉଲ୍ଲେଖ ଅଛି । ତନ୍ତ୍ର ସାହାର୍ଯ୍ୟରେ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରିବା ସହିତଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି  ଚିଠିରେ ଏକ ପ୍ରକାର ଚେତାବନୀ ଦିଆଯିବା ସହିତ ରୋଗରେ ପଡିଥିବା ବୃଦ୍ଧା ବୃଦ୍ଧ ତନ୍ତ୍ର ପ୍ରଭାବରେ ଶିକାର ହୋଇଛନ୍ତି ବୋଲି ଉଲ୍ଲେଖ ଅଛି ।  ତେବେ ଏପରି ଚିଠି ପାଇବା ପରେ ଲୋକମାନଙ୍କ ଭିତରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ଲୋକମାନେ ସନ୍ଧ୍ୟା ସମୟରେ ଘରୁ ବାହାରିବା ବନ୍ଦ କରିଦେଲେଣି । ତବେ ଏ ଚିଠି କିଏ କାହିଁକି ଆଉ କେଉଁଠୁ ଆସିଛି ତାହା ଭାବିବା ପୂର୍ବରୁ ଚିଠିରେ ଲେଖାଥିବା ଚେତାବନୀକୁ ନେଇ ଗଁ।ରେ ଚର୍ଚ୍ଚ। ଯୋର ଧରିଛି  ।

{"id":67364}

ଚିଠିର ପ୍ରେରକ ହେଉଛନ୍ତି ଧାମନଗରର ଏସ. କେ. ନାଜାଲ ଏମ. ଡି ତେବେ ଯାହା ପ୍ରେରକର ନାଁରୁ ଜଣା ପଡୁଛି ପ୍ରେରକ ହେଉଛନ୍ତି ଜଣେ ମୁସଲମାନ ସମ୍ପ୍ରଦାୟର । ତେବେ ଚିଠିରେ ଲାଗିଥିବା ସିଲ ଷ୍ଟାମ୍ପ୍ ହିଁ ବୟାନ କରୁଛି ଚିଠିର ଠିକଣା । ତେବେ ଏଭଳି ଚିଠି କିଏ କାହିଁକି ପଠାଇଛି ତାକୁ ନେଇ ଭାଳେଣି ପଡିଛି ଗାଁରେ । ଏହି ଅନ୍ଧବିଶ୍ବାସକୁ ଭିତ୍ତି କରି କାଳେ କିଛି ଅଘଟଣ ଘଟିବ ବୋଲି ଆଶଙ୍କାରେ ଗାଁର ମହିଳାମାନେ କିଏ ପୂଜକଙ୍କ ମତ ନେଇ ପୂଜା ପାଠ କଲାଣି ତ କିଏ ବୃନ୍ଦାବତୀଙ୍କ ପାଖରେ ଦୀପ ଜାଳିଲାଣି । ଆଉ ଅନେକ ମଧ୍ୟ ଦୁଆର ମୁହଁରେ ରକ୍ଷା କବଚ ସ୍ବରୂପ ନାଲି ଶଙ୍ଖା ଓ ନାଲି କାଛିଆ ବାନ୍ଧି ମାନସିକ କଲାଣି । 

{"id":67366}

ତେବେ ଏହି ଚିଠିରେ କିଛି ସତ୍ୟାସତ୍ୟ ରହିଛି ନାଁ କେବଳ ଭୟଭୀତ କରିବା ପାଇଁ ତାକୁ ନେଇ ଗ୍ରାମବାସୀଙ୍କ ମନଭିତରେ ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଗାଁରେ ଅନ୍ଧବିଶ୍ବାସ ଏବେ ଦାନା ବାନ୍ଧିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.