Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କେତେ ତାପମାତ୍ରାର ଜଳରେ ମୁହଁ ଧୋଉଛନ୍ତି ଜାଣିରଖନ୍ତୁ ..ହୋଇପାରେ ସମସ୍ୟା

29/03/2019 at 8:23 PM

ମଣିଷର ମୁହଁ ହେଉଛି ମୁଖଶାଳା । ଯଦି ମଣିଷର ମୁହଁ ସୁନ୍ଦର ନାହିଁ ତାହେଲେ ଅନେକ ସମୟରେ ନିଜକୁ ଅଭିଶପ୍ତ ମନେହୁଏ । ଅନ୍ୟସହ ନିଜକୁ ତୁଳନା କରିବାକୁ ଗଲେ ନିଜକୁ ଛୋଟ ବି ଲାଗେ । କହିବାକୁ ଗଲେ ମୁହଁରୁ ହିଁ ସୁନ୍ଦରତାକୁ ଅଧିକ ଗୁରୁତ୍ଵ ଦିଆଯାଏ ।

ମୁହଁକୁ ସୁନ୍ଦର କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ହୁଏ । କିଏ କସମେଟିକ ବ୍ୟବହାର କରେ ତ କିଏ ଖାଦ୍ୟପାନୀୟକୁ ଗୁରୁତ୍ଵ ଦିଏ । ଆଉ କେହି ବି ଲେଜର ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀର ସାହାରା ନେଇଥାନ୍ତି । କିନ୍ତୁ ସବୁଠୁଁ ବଡ଼ କଥା ହେଲା ମୁହଁକୁ ସରଳ ଉପାୟରେ ମଧ୍ୟ କରାଯାଇପାରେ ଉପଚାର । ଛୋଟ ଛୋଟକଥା ହେଲେ ମଧ୍ୟ ମୁହଁର ତ୍ଵଚାକୁ ସୁନ୍ଦର ଚିକ୍କଣ କରିବାକୁ ଏହିକଥା ନିହାତି ଗୁରୁତ୍ଵପୂର୍ଣ୍ଣ ।

ଆପଣ ଯଦି ମୁହଁର ତ୍ଵଚାକୁ ସୁନ୍ଦର ରଖିବାକୁ ଚାହୁଁଛନ୍ତି ତାହେଲେ ପାଣିର ଭୂମିକାକୁ ଭୁଲିଯାଆନ୍ତୁ ନାହିଁ । ପାଣିରେ ମୁହଁ ଧୋଇବାବେଳେ ଏହି କଥାକୁ ସବୁ ଦିଅନ୍ତୁ ଗୁରୁତ୍ଵ ।

ଆପଣ ଜାଣିରଖିବା ଦରକାର ପାଣିରେ ମୁହଁ ଧୋଇବା ବେଳେ ପାଣିର ତାପମାତ୍ରା କେତେ ରହିବା ଦରକାର ।

ବେଶି ଥଣ୍ଡାପାଣି କିମ୍ବା ଗରମପାଣିରେ ମୁହଁ ଧୋଇବା ଭଲ ନୁହେଁ । ଅଧିକ ଥଣ୍ଡାପାଣିରେ ମୁହଁ ଧୋଇଲେ ମୁହଁରେ ଥିବା କୋଷଗୁଡ଼ିକ ରୁକ୍ଷ ହୋଇଯାନ୍ତି । ଚର୍ମ ମଧ୍ୟ ଶୁଷ୍କ ପାଲଟିଯାଏ । ପାଉଁଶିଆ ମଧ୍ୟ ଚର୍ମ ଦେଖାଯାଏ । ତୈଳାକ୍ତ ବେଶି ରହେନାହିଁ । ତେଣୁ ବେଶି ଥଣ୍ଡାପାଣିରେ ମୁହଁ ଧୋଇବା ଠିକ ନୁହେଁ ।

ଗରମପାଣିରେ ମଧ୍ୟ ମୁହଁ ଧୋଇଵା ଠିକ ନୁହେଁ । କାରଣ ଗରମପାଣିରେ ମୁହଁ ଧୋଇବାଦ୍ଵାରା ମଧ୍ୟ ରୁକ୍ଷ ଓ ଶୁଷ୍କ ହୋଇଥାଏ । ମୁହଁରେ ଥିବା କୋଷଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଏ, ଫଳରେ ମୁହଁରେ କଳାଦାଗ ମଧ୍ୟ ସୃଷ୍ଟି ହୋଇଥାଏ ।

ଏଣୁ ମୁହଁ ଧୋଇବା ସମୟରେ ହାଲକା ଥଣ୍ଡାପାଣିରେ ମୁହଁ ଧୋଇବା ଦରକାର । ଯାହା ସାଧାରଣଭାବେ ମୁହଁକୁ ସୁହାଇଥାଏ ।ଯଦି ମୁହଁରେ ଥଣ୍ଡା କି ଗରମର ପ୍ରଭାବ ଅନୁଭବ କରୁଛନ୍ତି ତାହେଲେ ସେ ପାଣିକୁ ବ୍ୟବହାର କରିବା ଠିକ ନୁହେଁ ।

   Related Posts