Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ନୂଆବର୍ଷରେ ନୂଆ ନିୟମ : କ’ଣ ସେହି ୧୦ ପରିବର୍ତ୍ତନ ଯାହା କାଲିଠୁ ହେବ ଲାଗୁ…

31/12/2019 at 12:05 PM

ନୂଆଦିଲ୍ଲୀ ୩୧।୧୨: ୨୦୨୦ ଜାନୁଆରୀ ୧ ତାରିଖରୁ ନୂଆ ବର୍ଷର ଆରମ୍ଭ ହେଉଛି । ନୂଆ ବର୍ଷରେ କିଛି ନିୟମରେ ପରିବର୍ତ୍ତନ ହେବା ସହ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡିବାର ସମ୍ଭାବନା ରହିଛି । ଏହି ସବୁ ନିୟମରେ ପିଏଫ୍, ବୀମା, ଗହଣା, ଅନଲାଇନ୍ ଟ୍ରାଞ୍ଜାକସନର ନିୟମ ମଧ୍ୟ ସାମିଲ ରହିଛି ।

ପିଏଫ୍ :

ଯେଉଁ କମ୍ପାନୀଗୁଡିକରେ ୧୦ ଜଣ କର୍ମଚାରୀ ଅଛନ୍ତି ସେହି କମ୍ପାନୀ ମଧ୍ୟ ପିଏଫ୍ ଅନ୍ତର୍ଭୁକ୍ତ ହେବେ । ପିଏଫ୍ ଆକାଉଣ୍ଟ ପାଇଁ କେତେ ଟଙ୍କା କଟିବ ତାହା କର୍ମଚାରୀମାନେ ନିର୍ଣ୍ଣୟ କରିବେ । ସେହିଭଳି ପେନସନ ଫଣ୍ଡ୍ ରୁ କିଛି ଅର୍ଥ ଉଠାଇ ହେବ ।

ଋଣ :

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ରେପୋ ରେଟ୍ ସହ ଜଡିତ ଋଣର ସୁଧ ୦.୨୫ ହ୍ରାସ କରିଛି । ନୂଆ ସୁଧ ଦରର ଫାଇଦା ପୁରୁଣା ଗ୍ରାହକମାନେ ମଧ୍ୟ ପାଇପାରିବେ । କାରଣ ସେମାନଙ୍କର ରିସେଟ୍ ତାରିଖ ୧ ଜାନୁଆରୀ ରହିଛି ।

ଏନଇଏଫଟି :

ଏବେ ବ୍ୟାଙ୍କରେ ଏନଇଏଫଟି ମାଧ୍ୟମରେ ଲେଣଦେଣ ଉପରେ ଫି ଦେବାକୁ ପଡିବନାହିଁ । ସସ୍ତାହର ୭ଦିନ, ୨୪ଘଣ୍ଟା ଏନଇଏଫଟି ମାଧ୍ୟମରେ ଲେଣଦେଣ ହୋଇପାରିବ । ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ ମାଧ୍ୟମରେ ପ୍ରିପେଡ୍ କୁ ଛାଡି ସମସ୍ତ ବିଲ୍ ପୈଠ କରାଯାଇପାରିବ ।

ଗହଣା :

ସୁନା-ରୂପା ଗହଣା ଉପରେ ହଲମାର୍କ ରହିବା ଅନିବାର୍ଯ୍ୟ । ଗ୍ରାମାଞ୍ଚଳରେ ଏହା ଏକ ବର୍ଷ ମଧ୍ୟନ୍ତ କୋହଳ କରାଯିବ । ଗହଣା ଉପରେ ହଲମାର୍କ ନିୟମ ୨୦୦୦ ମସିହାରୁ ଆରମ୍ଭ ହେଲାଣି । ମାତ୍ର ଏହା ଅନିବାର୍ଯ୍ୟ ନଥିଲା । ଏହା ଫଳରେ ଏବେ ସୁନା-ରୂପା ଗହଣାର ଦାମ୍ ମଧ୍ୟ ବଢିପାରେ ।

ରୂପେ-ୟୁପିଆଇ :

୫୦ କୋଟିରୁ ଅଧିକ ଟର୍ଣ୍ଣ ଓଭର ବିଶିଷ୍ଟ କମ୍ପାନୀଗୁଡିକୁ ବିନା ଏମଡିଆର ଚାର୍ଜରେ ରୂପେ କାର୍ଡ, ୟୁପିଆଇ କ୍ୟୁଆର କୋର୍ଡ ମାଧ୍ୟମରେ ପୈଠ କରିବାର ସୁବିଧା ମିଳିପାରିବ ।

ପାନ୍ :

୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାନ୍ ଏବଂ ଆଧାର କାର୍ଡ ଲିଙ୍କ୍ କରାଇବା ବାଧ୍ୟତାମୂଳକ ଥିଲା । ଏବେ ଏହି ସମୟସୀମାକୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବୀମା ପଲିସି :

ଆଇଆରଡିଏ ଲିଙ୍କଡ ଏବଂ ନନ୍ ଲିଙ୍କଡ ଜୀବନ ବୀମା ପଲିସିରେ ପରିବର୍ତ୍ତନ କରିବା ଲାଗି ଘୋଷଣା କରିଛି । ଏହା ଫଳରେ ପ୍ରିମିୟମ୍ ମହଙ୍ଗା ହେବ । ସେହିଭଳି କ୍ରେଡିଟ୍ କାର୍ଡ ମାଧ୍ୟମରେ ପୈଠ ନିଃଶୁଳ୍କ କରିବା ଲାଗି ଘୋଷଣା କରିଛି ଏଲଆଇସି ।

ଡେବିଟ୍ କାର୍ଡ :

୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ପୁରୁଣା ଡେବିଟ୍ କାର୍ଡକୁ ନୂଆ ତଥା ଇଲେଟ୍ରୋନିକ୍ ଚିପ୍ ବିଶିଷ୍ଟ ଡେବିଟ୍ କାର୍ଡରେ ପରିବର୍ତ୍ତନ କରିବା ଜରୁରୀ । ନୂଆ ବର୍ଷରେ ପୁରୁଣା ଡେବିଟ୍ କାର୍ଡ ମାଧ୍ୟମରେ ଟ୍ରାଞ୍ଜାକସନ୍ ହୋଇପାରିବନାହିଁ । ମ୍ୟାଗନେଟିକ୍ ଷ୍ଟ୍ରିପ୍ ବିଶିଷ୍ଟ କାର୍ଡ ଅଦରକାରୀ ହୋଇଯିବ ।

ଏଟିଏମ୍ :

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ କରିଛି । ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଟଙ୍କା ଉଠାଣ ପାଇଁ ଓଟିପି ଅନିବାର୍ଯ୍ୟ ହେବ ।

ଫାସଟ୍ୟାଗ୍ :

ଜାନୁଆରୀ ୧୫ ତାରିଖରୁ ଜାତୀୟ ରାଜପଥରେ ଚଳାଚଳ କରୁଥିବା ଗାଡି ଗୁଡିକ ପାଇଁ ଫାସ୍ ଟ୍ୟାଗ୍ ଅନିବାର୍ଯ୍ୟ ହେବ । ଏକ କୋଟି ଫାସଟ୍ୟାଗ୍ ଜାରି କରାଯାଇଛି । ଫାସଟ୍ୟାଗ୍ ନଥିଲେ ଦୁଇ ଗୁଣ ଦେବାକୁ ପଡିବ ଟୋଲ୍ ଫି ।

   Related Posts