ସମୁଦ୍ର ଉପକୂଳରେ ଅଛି ଏମିତି ଏକ ଭୂଖଣ୍ଡ, ଯେଉଁଠି ଦୁନିଆଯାକର ସବୁ ଖରାପ କାମ ହୁଏ...ଆସନ୍ତୁ ଜାଣିବା ସେହି ଭୂଖଣ୍ଡ ବାବଦରେ

Published By : Prameya-News7 Bureau | January 13, 2019 IST

ଦୁନିଆରେ କିଛି ଭଲ ଅଛି , ମନ୍ଦ ବି ଅଛି । ଦୁନିଆର କିଛି ଆଶ୍ଚର୍ଯ୍ୟ ଅଛି ଯାହା ବାବଦରେ ଜମା ଜାଣି ନ ଥିବେ । ଆମେ ଆଜି ଏମିତି ଏକ ଭୂଖଣ୍ଡ କଥା କହିବୁ, ଯାହା ବଦନାମ ପାଇଁ ସାରା ଦୁନିଆରେ ପ୍ରସିଦ୍ଧ ।

ଦକ୍ଷିଣ ଆଫ୍ରିକାର ସମୁଦ୍ରତଟ ଠାରୁ ମାତ୍ର କିଛି ମାଇଲ ଦୂରରେ ଅବସ୍ଥିତ ଏହି ଛୋଟ ଦ୍ଵୀପ । ଏହି ଦ୍ଵୀପ ବାବଦରେ କେହି କେବେ ଭଲ କଥା ଶୁଣିବାକୁ ପାଇନାହିଁ । ସବୁବେଳେ ବଦନାମ୍ ତାଲିକାରେ ଥିବା ଏହି ଦ୍ଵୀପ ବିଭିନ୍ନ ଅପରାଧିକ କାମ ପାଇଁ ଜଣାଶୁଣା ।

କଣ ପାଇଁ ପ୍ରସିଦ୍ଧ ଏହି ଦ୍ଵୀପ ଆସନ୍ତୁ ଜାଣିବା ।

{"id":73623}

ଏହି ଦ୍ଵୀପ ଉଗାଣ୍ଡା ଓ କେନିଆର ସୀମାରେ ଅବସ୍ଥିତ । ୧୯୯୧ ମସିହାରେ ଦୁଇଜଣ ମତ୍ସ୍ୟଜୀବି ଏହାକୁ ଆବିଷ୍କାର କରିବା ପରେ ୨୦୦୪ ମସିହାରୁ ଏହି ଦ୍ଵୀପରେ ମଣିଷ ବସବାସ କରୁଛନ୍ତି । କିନ୍ତୁ ଏହା ନିର୍ଜନ ସ୍ଥାନରେ ଥିବା କାରଣରୁ ବିଭିନ୍ନ ଅପରାଧିକ କାମ କରିବାକୁ ସେଠାରେ ଥିବା ଲୋକ ମାନଙ୍କୁ ସୁବିଧା ହେଉଛି ।

{"id":73624}

ଏହି ଦ୍ଵୀପରେ ମାତ୍ର ୫୦୦ଲୋକ ବାସ କରୁଥିବାବେଳେ ବେଶ୍ୟାଳୟ, ମଦ ଦୋକାନ ଅଛି । ଏଠାରେ ରେଷ୍ଟୁରାଣ୍ଟ, ମସାଜ ସେଣ୍ଟର, ବ୍ୟୁଟି ପାର୍ଲର ଆଦି ରହିଛି ।

ଏହି ଦ୍ଵୀପରେ ପ୍ରଥମେ କିଛି ମତ୍ସ୍ୟଜିବୀ ବସବାସ କରୁଥିଲେ ବି ଏବେ ଏହା ଭରପୂର ମନୋରଂଜନ ପାଇଁ ଭଲ ସ୍ଥାନଟିଏ ପାଲଟିଯାଇଛି । ଏହି ଦ୍ଵୀପରେ ଉପଭୋଗ କରିଵା ପାଇଁ ମଦ ସହିତ ଦେହ ବ୍ୟବସାୟ ଭରପୂର ପରିମାଣରେ ଚାଲେ । କିଛି ପ୍ରତିବନ୍ଧକ ନଥିବା କାରଣରୁ ଏହି ଦ୍ଵୀପରେ ନିଶା ଓ ନାରୀଙ୍କୁ ଉପଭୋଗ କରିବାକୁ କୌଣସି ଅସୁବିଧା ନ ଥାଏ ।

{"id":73625}

କେବଳ ବେଶ୍ୟାଳୟ ଓ ମଦ ଦୋକାନ ନୁହେଁ, ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧ ବି ହୁଏ । କେହି କେହି ନିଶାଗ୍ରସ୍ତ ଅବସ୍ଥାରେ ଏଭଳି କରୁଥିବାର ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.