ବ୍ୟାଙ୍କକ୍ ଓ ଥାଇଲାଣ୍ଡରେ ରଂଗୀନ ରାତିର ମଜା ଉଠାଇବା ପଛରେ ଥାଏ ଏହି କାହାଣୀ ...ଆସନ୍ତୁ ଜାଣିବା

Published By : Prameya-News7 Bureau | March 12, 2019 IST

ମଣିଷ କର୍ମକ୍ଳାନ୍ତ ଜୀବନରୁ ମୁକ୍ତି ପାଇଁ ବାହାରକୁ ବୁଲିଯିବାକୁ ଚାହିଁଥାଏ । କେହିକେହି ଦେଶ ଭିତରେ ତ କେହିକେହି ଦେଶ ବାହାରକୁ ଯିବାପାଇଁ କରିଥାନ୍ତି ପ୍ଲାନିଂ । କେହି ବାହାରକୁ ଯିବାପାଇଁ ପ୍ଲାନିଂ କରୁଥିଲେ ସବୁଠୁ ଆଗରେ ବ୍ୟାଙ୍କକ୍ କିମ୍ବା ଥାଇଲାଣ୍ଡ କଥା ଆଗେ ମନକୁ ଆସିଥାଏ ।

{"id":92977}

ଥାଇଲାଣ୍ଡ କିମ୍ବା ବ୍ୟାଙ୍କକ ରାତିରେ ମଜା ଉଠାଇବା ନିଆରା । ବାହାରୁ ଯାଉଥିବା ଦର୍ଶକମାନେ ବିଶେଷକରି ଏଠାରେ ଚାଲୁଥିବା ରାତିସାରା ରଂଗୀନ ରାତିର ମଜା ଉଠାଇବାକୁ ଯାଇଥାନ୍ତି ।

{"id":92978}

ଏହିଦେଶ ବିଦେଶୀ ପର୍ଯ୍ୟଟକଙ୍କ ଦ୍ଵାରା ସବୁବେଳେ ଥାଏ ଗହଳି ।  ବିଦେଶୀ ପର୍ଯ୍ୟଟକମାନେ ଏହି ଦେଶକୁ ଜୀବନର ଅତି ଖୁସିର ମୂହୁର୍ତ୍ତସବୁ କାଟିବାକୁ ଯାଇଥାନ୍ତି ।

{"id":92979}

ଏହିଦେଶରେ ଅଧିକ ପରିମାଣରେ ସେକ୍ସ ଓ୍ଵାର୍କର ବାହାର ପର୍ଯ୍ୟଟକଙ୍କ ପାଇଁ କାମ କରିଥାନ୍ତି ।  ଥାଇଲାଣ୍ଡରେ ୧ଲକ୍ଷ ୨୩ ହଜାର ଦେହଜୀବି କାମ କରୁଛନ୍ତି । ରାତିରେ ଏମାନେ ପର୍ଯ୍ୟଟକଙ୍କୁ ମେସେଜ ଠାରୁ ଆରମ୍ଭ କରି ରୋମାନସ୍ ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇଥାନ୍ତି ।

କେଉଁଠି ମେସେଜ ସେଣ୍ଟର, ବିଅର ବାର, କିମ୍ବା ଜୁଆ ଆଡ଼୍ଡ଼ାରେ ଏହି ମହିଳାମାନେ ସେବା ଯୋଗାଇଦେଇଥାନ୍ତି । କିନ୍ତୁ ବର୍ତ୍ତମାନ ଥାଇଲାଣ୍ଡରେ ଥିବା ମହିଳା ପର୍ଯ୍ୟଟନ ମନ୍ତ୍ରୀ ସେକ୍ସ କାରବାର ବନ୍ଦ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ ।

{"id":92980}

ଏହି କାରବାର ସହ ଲିପ୍ତଥିବା ଲକ୍ଷାଧିକ ଦେହଜୀବି ବିଭିନ୍ନ ଆଳରେ ଚାଲୁ ରଖିଛନ୍ତି ଏହି ଦେହବ୍ୟବସାୟ । ଦେଶର ମୁଖ୍ୟ ରୋଜଗାର ମାଧ୍ୟମ ପାଲଟିଥିବା ଏହି ବ୍ୟବସାୟ ଛାଡ଼ିଲେ ଯୁବତୀମାନେ ଆଉ କିଛି କରିବାର ବ୍ୟବସ୍ଥା ନାହିଁ । ସେଥିପାଇଁ ସେମାନେ ମେସେଜ କିମ୍ବା ବିଅର ବାରରେ ସର୍ଭ କରିବା ନାଁରେ କରୁଛନ୍ତି ଦେହ ବ୍ୟବସାୟ ।

ବିଦେଶୀ ପର୍ଯ୍ୟଟକମାନେ ଥାଇଲାଣ୍ଡରେ ଭରପୁର ଫାଇଦା ପାଇପାରୁଛନ୍ତି । ନିର୍ଦ୍ଦେଶନାମା ପଛରେ  ବି ବ୍ୟବସାୟର ତରିକା ବଦଳେଇ ଥାଇଲାଣ୍ଡର ଯୁବତୀ କରୁଛନ୍ତି ବିଭିନ୍ନ ବାଟରେ ରୋଜଗାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.