Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାଜ୍ୟରେ ଟିକା ଅଭାବ: ବନ୍ଦ ହେଲା ୯୦୦ କେନ୍ଦ୍ର

11/04/2021 at 12:32 PM

ଭୁବନେଶ୍ୱର ୧୧/୪: ରାଜ୍ୟରେ ଟିକା ଅଭାବରୁ ବନ୍ଦ ହେଲା ୯୦୦ ଟୀକା କରଣ କେନ୍ଦ୍ର । ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ତାକୁ ନେଇ ଆଜି ୫୭୯ କେନ୍ଦ୍ରରେ ଟିକାକରଣ ଚାଲିଛି । ୨ ଲକ୍ଷ ୩୩ ହଜାର ଡୋଜ କୋଭିସିଲଡ଼ ଟିକା ଓ ୭୭ ହଜାର ୯୬୦ କୋଭାକ୍ସିନ୍ ଟିକା ଅଛି ।

ଯେଉଁଠି ଭ୍ୟାକ୍ସିନ ଅଛି ସେଠି ଟିକା ଉତ୍ସବ କରାଯାଉଛି । ଜିରୋ ୱେଷ୍ଟଜ ଓ ସଚେତନତା ଟିକା ଉତ୍ସବର ଲକ୍ଷ୍ୟ । ଟିକା ନ ଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ । ଯେଉଁ ଜିଲ୍ଲାକୁ ଟିକା ଗତକାଲି ଯାଇଛି ସେ ଜିଲ୍ଲାରେ ଜାରି ରହିବ, ଅନ୍ୟ ଜିଲ୍ଲାରେ ବନ୍ଦ ରହିବ ।  ରାଜ୍ୟରେ ଟିକାକରଣ ଜାରି ରହିଛି ୧ ଲକ୍ଷ ୧୩ ହଜାର ୫୬୩ । ବର୍ତ୍ତମାନ ସୁଦ୍ଧା  ଲକ୍ଷ ୩୨ ହଜାର ଟୀକାକରଣ ସରିଲାଣି । ଗତକାଲି ଅଢେଇ ଲକ୍ଷ ପହଂଚିବା ପରେ ଜିଲ୍ଲା ଗୁଡ଼ିକୁ ବଣ୍ଟା ସରିଛି  । ଅଧିକ ସଂକମିତ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି ।  ଖୋର୍ଦ୍ଧା, ସୁନ୍ଦରଗଡ ଓ ନୂଆପଡା ବଲାଙ୍ଗିର ଭଳି ଜିଲ୍ଳାକୁ ପ୍ରାଧାନ୍ୟ ଦିଆଯାଉଛି ।

   Related Posts