ଜଣେ ଲେସବିଆନ ମହିଳା ଗେ ପୁରୁଷ ସହ ମିଶି ଛୁଆ ଜନ୍ମ କରିଛନ୍ତି ଗେ ବ୍ୟକ୍ତିଙ୍କ ସହ ତାଙ୍କର ସାକ୍ଷାତ ଅନଲାଇନରେ ହୋଇଥିଲା। ଛୁଆ ଉପରେ ଗେ ବ୍ୟକ୍ତିଙ୍କ ଅଧିକାର ତ ରହିବ କିନ୍ତୁ ଦୁହେଁ ଏକାଠି ରହିବେ ନାହିଁ। ବିବିସି ଟୁର ଏକ ଡକ୍ୟୁମେଣ୍ଟ୍ରିରେ ଏହି ମହିଳାଙ୍କ କାହାଣୀ ଦେଖାଯାଉଛି।
ମହିଳାଙ୍କ କହିବାନୁସାରେ ତାଙ୍କୁ ବହୁତ ଦିନରୁ ଘରେ କିଛି ଅଧୁରା ଥିବା ଲାଗିଥିଲା। ସେ ତାଙ୍କ ପରିବାରରେ ସନ୍ତାନ ଚାହୁଁଥିଲେ। ଏହାପରେ ସେ ଏକ ଡେଟିଙ୍ଗ୍ ଆପ୍ ଜରିଆରେ ଏହି ଗେ ପୁରୁଷଙ୍କ ସଂସ୍ପର୍ଶରେ ଆସିଥିଲେ।
ମହିଳାଙ୍କ କହିବାନୁସାରେ ତାଙ୍କ ବୟସ ବି ବଢ଼ୁଥିଲା ଏବଂ ସେ ସେଥିପାଇଁ ଏହିପରି ନିଷ୍ପତ୍ତି ନେଇଥିଲେ। ଏହାପରେ ପୋଷ୍ଟ ଅଫିସରେ କାମ କରୁଥିବା ମହିଳା ୨୪ ବର୍ଷ ବୟସ୍କ ସ୍କୁଲ ଟିଚର ଜେମିଙ୍କୁ ଭେଟିଥିଲେ।
ଇଂଲଣ୍ଡର ପାଖାପାଖି ୪୦ହଜା ଏପରି ଲୋକ ଡେଟିଙ୍ଗ୍ ସାଇଟ୍ସରେ ରେଜିଷ୍ଟାର ଅଛନ୍ତି ଯେଉଁମାନେ ରୋମାଣ୍ଟିକ୍ ସମ୍ପର୍କ ନରଖି ସନ୍ତାନ ଜନ୍ମ କରିଥାଆନ୍ତି।
ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ ହୋଇନଥିଲା। ମହିଳା ଜଣକ ଫର୍ଟଳଇଟି କିଟ୍ ଜରିଆରେ ଗେ ପୁରୁଷଙ୍କ ସ୍ପର୍ମର ବ୍ୟବହାର କରିଥିଲେ ଏବଂ ଗର୍ଭବତୀ ହୋଇଥିଲେ। ସନ୍ତାନ ଜନ୍ମ କରିବା ପୂର୍ବରୁ ଦୁଇଜଣ ବୁଝାମଣା କରିଥିଲେ ଯେ ଅଧା ସପ୍ତାହ ଛୁଆ ମାଆ ପାଖରେ ଏବଂ ଅଧା ସପ୍ତାହ ବାପା ପାଖରେ ରହିବ।
ମହିଳାଜଣକ ନିଜ ସନ୍ତାନକୁ ସ୍ତନ୍ୟପାନ ନକରିବାକୁ ନିଷ୍ପତି ନେଇଥିଲେ। ଦୁହେଁ ଅନେକ କଥାର ବୁଝାମଣା କରିବାକୁ ମଧ୍ୟସ୍ଥିଙ୍କ ସହାୟତା ନେଇଥିଲେ। ଯେପରିକି ପିଲା କେଉଁ ସ୍କୁଲରେ ପଢ଼ିବ ଏବଂ କିପରି ତା’ର ଲାଳନପାଳନ କରାଯିବ। ମହିଳା ଜଣକ ତାଙ୍କ ପୁଅର ନାଁ ହାର୍ପର ରଖିଛନ୍ତି।