ପରସ୍ପରକୁ କିସ୍ କରିବାକୁ ମନା କରିବାରୁ ସମଲିଙ୍ଗୀ ମହିଳାଙ୍କୁ ମାଡ ମାରି ଲହୁଲୁହାଣ କରିଦେଲେ

Published By : Prameya-News7 Bureau | June 08, 2019 IST

ଏକ ବସରେ ଯାତ୍ରା କରୁଥିବା ସମଲିଙ୍ଗୀ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଆକ୍ରମଣର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପରସ୍ପରକୁ କିସ୍ କରିବା ପାଇଁ ମନ୍ କରିବାରୁ ସମଲିଙ୍ଗୀ ମହିଳାଙ୍କୁ ମାଡ ମାରିଥିଲେ କିଛି କିଶୋର । ଆକ୍ରମଣକାରୀ ଦେଖିବାକୁ ଚାହୁଁଥିଲେ ସମଲିଙ୍ଗୀ ମହିଳା ପରସ୍ପରକୁ କିଭଳି ଭାବେ କିସ୍ କରୁଛନ୍ତି । ତେବେ ତାଙ୍କ ଦାବି ସମଲିଙ୍ଗୀ ମହିଳା ପୁରା ନକରିବାରୁ ତାଙ୍କୁ ମାରି ଲହୁଲୁହାଣ କରିଦେଇଥିଲେ । ଘଟଣା ମେ ୩୦ ତାରିଖରେ ଘଟିଥିଲା ।

{"id":120949}

ଆକ୍ରମଣକାରୀମାନେ ଜଣେ ମହିଳାଙ୍କ ଥୋଡୀ ଭାଙ୍ଗି ଦେଇଛନ୍ତି । ମହିଳାଙ୍କ ସାଥୀଙ୍କ ନାକ ଭାଙ୍ଗି ଦେଇଛନ୍ତି । ମହିଳାଙ୍କ ସହ ଆକ୍ରମଣକାରୀ ଲୁଟପାଟ ମଧ୍ୟ କରିଛନ୍ତି । ୨୯ ବର୍ଷ ବୟସ୍କା କ୍ରିଶ୍ ନିଜର ୨୮ ବର୍ଷ ବୟସ୍କା ପାର୍ଟନର ମେଲାନିଆଙ୍କ ସହ ବସରେ ଯାତ୍ରା କରୁଥିଲେ । କ୍ରିଶ୍ କହିଛନ୍ତି ଯେ, ସେମାନଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ସେମାନେ ଭୟଭୀତ ନୁହନ୍ତି ଯେ ସମାଜ କଣ କହିବ ।

{"id":120951}

ଦୁହେଁ ପରସ୍ପରର ହାତ ଧରି ଯାଉଥିବାବେଳେ କିଛି ଯୁବକ ସେମାନଙ୍କୁ ଦେଖିଦେଇଥିଲେ । ଏହାପରେ ସେମାନେ ବସରେ ପରସ୍ପରକୁ କିସ୍ କରିବା ପାଇଁ ଦାବି କରିଥିଲେ । ବାସରେ ଯାତ୍ରା କରୁଥିବାବେଳେ ୪ ଜଣ ଯୁବକ କ୍ରିଶଙ୍କ ପାଖକୁ ଆସିଥିଲେ । କ୍ରିଶ୍ ଏବଂ ତାଙ୍କ ପାର୍ଟନର ଗୋଟିଏ ସିଟରେ ବସିଥିଲେ । ଅଭିଯୁକ୍ତମାନେ ସେମାନଙ୍କୁ ପ୍ରତାଡିତ କରିଥିବା କ୍ରିଶ୍ କହିଛନ୍ତି । 

{"id":120950}

ଆଉ ଜଣେ ଅଭିଯୁକ୍ତ ପଛରେ ଛିଡା ହୋଇ କ୍ରିଶ୍ ଏବଂ ତାଙ୍କ ପାର୍ଟନରଙ୍କ ଉପରକୁ ଟଙ୍କା ଫୋପାଡୁଥିଲା ବୋଲି ସେ କହିଛନ୍ତି । ପ୍ରଥମେ ପ୍ରଥମେ ମେଲାନିଆ ଶାନ୍ତ ବ୍ୟବହାର କରି ପରିସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ପଛଘୁଞ୍ଚା ଦେବା ପାଇଁ ଚାହୁଁନଥିଲେ । ସେମାନେ କୌଣସିମତେ ନିଜ ଦାବି ପୁରା କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ କ୍ରିଶ୍ ଏଭଳି କରିନଥିଲେ । ଉଭୟଙ୍କ ଠାରୁ ବ୍ୟାଗ ଏବଂ ଫୋନ ଛଡେଇ ନେଇ ସେମାନଙ୍କୁ ମାଡ ମାରିଥିଲେ ।

{"id":120952,"align":"center"}

ଏହାପରେ ବସରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ । ଘଟଣା ପରେ କ୍ରିଶ୍ ଏବଂ ମେଲାନିଆ ଥାନାରେ ଏମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥଲେ । ଉଭୟଙ୍କ ମୁହଁରେ କ୍ଷତ ଚିହ୍ନ ରହିଥିଲା । କ୍ରିଶ ଏବଂ ମେଲାଣିଆଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ୪ ଜଣ କିଶୋରଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.