Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହାତୀ ପିନ୍ଧିଲେ ସ୍ୱେଟର, ଫଟୋ viral

29/12/2019 at 6:30 PM

ମଥୁରା ୨୯।୧୨: ଉତ୍ତରପ୍ରଦେଶ ସମେତ ସମଗ୍ର ଉତ୍ତର ଭାରତରେ ଏବେ ଭୀଷଣ ଶୀତ ଲହରୀ ଚାଲିଛି। ମଣିଷ ତ ମଣିଷ ଜୀବଜନ୍ତୁ ବି ଥଣ୍ଡାରୁ ବାଦ ପଡିନାହାନ୍ତି। ଭୀଷଣ ଥଣ୍ଡା ଜନଜୀବନକୁ ପ୍ରଭାବିତ କରିଥିବା ବେଳେ ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ହାତୀମାନେ ସ୍ୱେଟର ପିନ୍ଧିଥିବା ଦେଖାଯାଉଛନ୍ତି। ଏହି ଫଟୋ ଉତ୍ତରପ୍ରଦେଶ ମଥୁରାର ହୋଇଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିରେ ହାତୀଙ୍କ ଲାଗି ସ୍ୱେଟର ଅନ୍ୟତମ।

ଗତ ୨୦୧୭ ମସିହାରୁ ଶୀତ ଋତୁରେ ଅଧିକ ଥଣ୍ଡା ପଡିଲେ ଏଠାରେ ହାତୀଙ୍କୁ ସ୍ୱେଟର ପିନ୍ଧା ଯାଉଛି। ଏଥିଲାଗି ସ୍ୱତନ୍ତ୍ର ଭାବେ ସ୍ୱେଟର ବୁଣାଯାଇଥିବା ବେଳେ ଏହା ବି ରଙ୍ଗ ବେରଙ୍ଗୀ ଉଲରେ ବୁଣାଯାଇଛି। ଯାହା ହାତୀଙ୍କୁ ଶୀତରେ ବେଶ ଉଷୁମ ରଖିପାରୁଛି। ଏହି ଫଟୋକୁ ଆଇଏଫଏସ ଅଫିସର ପ୍ରବୀଣ କାସୱାନ ଶେୟାର କରିଛନ୍ତି।  ଏଥିରେ ହାତୀମାନେ ନାଲି ରଙ୍ଗର ଜମ୍ପର ସହିତ ମଲ୍ଟି କଲର କଭର ସ୍ୱେଟର ପିନ୍ଧିଛନ୍ତି।

ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତରେ ରବିବାର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି। ଏଣୁ ଉପୁଜିଥିବା ପରିସ୍ଥିତିରେ ଖୁବ୍ ଶୀଘ୍ର ସୁଧାର ଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଉତ୍ତରପ୍ରଦେଶ, ହରିୟାଣା ଓ ଚଣ୍ଡିଗଡର କେତେକ ସ୍ଥାନର ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ପର୍ଯ୍ୟନତ ସୁଦାର ହୋଇଛି। ଏଣୁ ପାଗରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

   Related Posts