Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କଲରାପତରିଆ ବାଘର ଶବ ବ୍ୟବଚ୍ଛେଦ ସରିଲା- ମୃତ ଶରୀରକୁ ପୋଡିଲା ବନ ବିଭାଗ,ମୃତ୍ୟୁର କାରଣ ଅସ୍ପଷ୍ଟ

16/09/2019 at 6:25 PM

କଟକ୧୬।୦୯- ଆଠଗଡ ବନଖଣ୍ଡରେ ମୃତ କଲରାପତରିଆ ବାଘର ପୋଷ୍ଟ ମର୍ଟମ ସରିଛି । ଏହାପରେ ମୃତ ବାଘକୁ ପୋଡି ଦେଇଛି ବନ ବିଭାଗ । ପୋଷ୍ଟ ମର୍ଟମ କରିଥିବା ଡାକ୍ତରଙ୍କ କହିବା ଅନୁସାରେ ମୃତ ବାଘର ବୟସ ୧୦ ବର୍ଷ ହେବ । ୩ ଦିନ ତଳୁ ବାଘଟି ମରିଥିବା ଜଣାପଡିଛି ।  କଲରାପତିଆ ବାଘର ମୃତ୍ୟୁ ରାଜ୍ୟରେ ସୃଷ୍ଟି କରିଛି ତୀବ୍ର ଆଲୋଡନ।

ଆଠଗଡ ବନଖଣ୍ଡ ତିଗିରିଆ ନିଜିଗଡ ସଂରକ୍ଷିତ ଜଙ୍ଗଲରେ  କଲରାପତିଆ ବାଘର ମୃତ୍ୟୁ । ବାଘର ମୃତ୍ୟୁର କାରଣ ନେଇ  ବନବିଭାଗ କିଛି କହୁନଥିବା ବେଳେ ଶିକାରୀମାନେ ବାଘକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ କଲରାପତିଆ ବାଘର ପୋଷ୍ଟମୋର୍ଟମ ସରିଛି।  ଏହାପରେ ବାଘକୁ ପୋଡି ଦେଇଛି ବନ ବିଭାଗ।  ପୋଷ୍ଟମୋର୍ଟମ କରିଥିବା ପଶୁ ଚିକିତ୍ସକ  ଡାକ୍ତର ଶୁଶାନ୍ତ କୁମାର ବେହେରା କହିବା ଅନୁଯାୟୀ ମୃତ ବାଘର ବୟସ ୧୦ ବର୍ଷ ହେବ।  ୪ଦିନ ତଳୁ ବାଘଟି ମରିଥିବା ଜଣାପଡିଛି।  ପୋଷ୍ଟ ମୋର୍ଟମ ରିପୋର୍ଟ ଆସିବାପରେ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହେବ

ସ୍ଥାନୀୟ ବାସିନ୍ଦାଙ୍କ ମତରେ ଯେଉଁଠୁ  ବାଘର ଶବ ମିଳିଥିଲା  ତାର ଆଖପାଖ  ଅଂଚଳର ଲୋକମାନେ ଆଗରୁ ବାଘ ଦେଖ ନଥିଲେ। ତେବେ ଏଠାରେ ପୂର୍ବରୁ ହରିଣ, ବାରହା ଏପରିକି ହାତୀ ମାନଙ୍କର ବି ଶିକାର କରାଯାଇଛି । ସବୁବଳେ ଶିକାରୀ ମାନେ ବିଦ୍ୟୁତ ଦେଇ ବନ୍ୟ ପ୍ରାଣୀ ମାନଙ୍କର ଶିକାର କରିଥାନ୍ତି। ସମାନ ଢଙ୍ଗରେ ବାଘର ଶିକାର ହୋଇଛି ବୋଲି ସେମାନେ କହିଛନ୍ତି।

ବାଘ ବଂଶ ବୃଦ୍ଧି ପାଇଁ  ଯେଉଁଠି ପ୍ରଧାନମନ୍ତ୍ରୀ ଜାତୀୟ ସ୍ତରରେ ଯୋଜନା ଘୋଷଣା କରୁଛନ୍ତି ସେତେବେଳେ ଶିକାରୀଙ୍କ ଫାଶରେ ଯାଉଛି ବାଘର ଜୀବନ।  ରାଜ୍ୟରେ ଗୋଟିଏ ପରେ ଗୋଟିଏ ବାଘଙ୍କ ମୃତ୍ୟୁ ହେଲାଣି ।

   Related Posts