Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ‘ସୁରଜ’

18/03/2020 at 7:54 AM

ବାରଙ୍ଗ ୧୮।୩: ନନ୍ଦନକାନନରେ କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ଥିବା ଜଣାପଡିଛି । ମଙ୍ଗବାର ବିଳମ୍ବିତ ରାତିରେ ନନ୍ଦନକାନନ ଖୁଆଡ ନଂ୬ ରେ ରହୁଥିବା କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ଘଟିଛି । ‘ସୁରଜ’ର ମୃତ୍ୟୁ ପରେ ନନ୍ଦନକାନନରେ ବାଘଙ୍କ ସଂଖ୍ୟା ୬କୁ ହ୍ରାସ ପାଇଛି । ଗତ ଦୁଇମାସ ହେଲା ପେଟ ରୋଗରେ ପୀଡିତ ଥିଲେ ‘ସୁରଜ’ । ଦୀର୍ଘଦିନ ଧରି ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି । ମୃତ କଲରାପତରିଆ ବାଘର ଆନୁମାନିକ ବୟସ ୧୫ ବର୍ଷ । ସୁରଜ ଦୁଇ ମାସର ଥିବାବଳେ ଅସହାୟ ହୋଇ ଭଞ୍ଜନଗରରେ ଜଜଙ୍ଗଲରେ ବୁଲୁଥିବା ବେଳେ ଗତ ଜୁଲାଇ ୨୦୦୪ ମସିହାରେ ବନବିଭାଗ ତାକୁ ଉଦ୍ଧାର କରି ନନ୍ଦନକାନନ ଆଣିଥିଲା । 

ସେପଟେ ନନ୍ଦନକାନନ ପାଇଁ ଏକ ଖୁସି ଖବର । ନନ୍ଦନକାନନକୁ ଆସିଛନ୍ତି ଆଉ ୪ଟି ନୂଆ ଅତିଥି । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିଳାସପୁର କାନନପେଣ୍ଡାରୀ ଚିଡିଆଖାନାରୁ ୪ଟି ଏସିଆଟିକ୍ ଅଣ୍ଡିରା ସିଂହ ଆସିଛନ୍ତି। ବଦଳରେ ୫ଟି ବିଲୁଆ ନନ୍ଦନକାନନରୁ କାନନପେଣ୍ଡାରୀ ଚିଡିଆଖାନାକୁ ଯାଇଛନ୍ତି । ଏହି ୪ଟି ସିଂହ ଆସିବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୮ଟି ଅଣ୍ଡିରା ଓ ୭ଟି ମାଇ ସିଂହ ଅଛନ୍ତି ।

   Related Posts