Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଟିଟିଲାଗଡରେ ରାସ୍ତା ଉପରେ ଘୁରିବୁଲୁଛି ଚିତା ବାଘ; ସ୍ଥାନୀୟ ଲୋକେ ଭୟଭୀତ

31/01/2019 at 9:36 AM

ଟିଟିଲାଗଡ ୩୧|୧: ଟିଟିଲାଗଡ ବଡମାଳ ଗୋଳାବାରୁଦ କାରଖାନା ପରିସରରେ ପୁଣି ଚିତା ବାଘ ଘୁରିବୁଲୁଥିବା ଦେଖିବାକୁ ମିଳିଛି । ଗତ ୩୦ତାରିଖ ରାତି ପ୍ରାୟ ୧୦ଟା  ପାଖାପାଖି ଏକ ଚିତା ବାଘ ବଡ଼ମାଳ  କାରଖାନା ପରିସରରେ ପଇଁତରା ମାରୁଥିବା ଦେଖା ଦେଇଛି ।  ଚିତାବାଘ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ କେତେକ ଯୁବକ ଏକ ଗାଡି ଭିତରେ ରହି ଚିତାବାଘର ଗତିବିଧି ଉପରେ ମୋବଇଲରେ ଭିଡିଓ ରେକର୍ଡିଂ କରିଥିଲେ । ଚିତା ବାଘଟି କେମିତି ରାସ୍ତାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବେଶ୍ ଆରାମରେ ଯାଉଥିଲା ତାହା ଭିଡିଓ ଫୁଟେଜ୍ ରେ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହର ନିକଟସ୍ଥ ବଡମାଳ ଗୋଳାବାରୁଦ କାରଖାନା ଅଂଚଳକୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲର ଦେଖିବାକୁ ମିଳିଥିଲା ।

ଗତ କିଛି ଦିନ ତଳେ ଦୁଇ ଗୋଟି ଚିତାବାଘ ରାସ୍ତା ଉପରେ ରହିଥିବା ଭିଡ଼ିଓ ବି ସାମ୍ନାକୁ ଆସିଥିଲା । ଏପରିକି କିଛି ମାସ ତଳେ ଗୋଟିଏ ଚିତାବାଘ ବଡ଼ମାଳକୁ ଆସୁଥିବା ପାଣି ପାଇପ ଉପରେ ବି ବସି ଥିବା ଏକ ଫଟୋ ବି ଭାଇରାଲ ହୋଇଥିଲା  ତେବେ ଗତ କିଛି ଦିନ ମଧ୍ୟରେ ଲଗାତାର ଭାବରେ ବଡ଼ମାଳ ଅଂଚଳରେ ଏମିତି ଚିତାବାଘ ଦେଖା ଯିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖା ଦେଇଛି । ପ୍ରଥମେ କାରଖାନାକୁ ଲାଗିରହିଥିବା ଜଙ୍ଗଲରେ ଚିତାବାଘ ଦେଖାଯିବା,  ପରେ ପରେ ରାସ୍ତା ଉପରେ ବେଶ୍ ଆରାମରେ ଘୁରିବୁଲୁଥିବା ତଥା ଏବେ ରାଜରାସ୍ତାରେ ଚିତାବାଘ ଦେଖାଯିବା ଘଟଣା ସ୍ଥାନୀୟ ଅଂଚଳରେ ବେଶ୍ ଭୟର ବାତାବରଣ ଖେଳାଇ ଦେଇଛି ।

   Related Posts