Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ଅଧା ଓଡିଶାରେ କାଳବୈଶାଖୀ ବର୍ଷା, ୩୦ ରୁ ୪୦ କିମି ବେଗରେ ବୋହିପାରେ ପବନ
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୦୩୧ ପଜିଟିଭ୍
  • ||

ରାଜଧାନୀରେ ପୁଣି ବାଘ ଆତଙ୍କ ; ରଙ୍ଗମାଟିଆ ଗାଁ ନିକଟରେ ବୁଲୁଛି କଲରାପତରିଆ

22/02/2019 at 12:48 PM

ଭୁବନେଶ୍ବର ୨୨|୨ : ରାଜଧାନୀରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ରେଲୱେ ଷ୍ଟେସନ ନିକଟରେ ବାଘ ଘୁରି ବୁଲୁଥିବାର ଖବର ଜଣାପଡିଛି । ସ୍ଥାନୀୟ ରଙ୍ଗମାଟିଆ ଗାଁ ନିକଟରେ କଲରାପତରିଆ ବାଘ ବୁଲୁଥିବା ଦେଖିଲେ ଗ୍ରାମବାସୀ ଦେଖିଥିବା କହିଛିନ୍ତି । ତେବେ ବାଘକୁ ଦେଖିଲା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଗତ ୧୯ତାରିଖରରେ ଭୁବନେଶ୍ବର ଏୟାରପୋର୍ଟ ପାଖାପାଖି ଅଂଚଳରେ କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା । ସିସିଟିଭିରେ କଏଦ ହୋଇଥିଲା ବାଘର ଗତିବିଧି । ଯାହାକୁ ନେଇ ସ୍ଥାନୀୟ ଅଂଚଳର ଲୋକ ଛାନିଆ ହୋଇଯାଇଥିଲେ । ତେବେ ବନବିଭାଗ ଯନ୍ତା ବସାଇ ବାଘଟିକୁ ଧରିବାରେ ସକ୍ଷମ ହୋଇଥିଲେ ।

ତେବେ ପୁଣି ଥରେ ରାଜଧାନୀରେ ବାଘ ଦେଖାଯିବା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ସହର ପାଖ ଜଙ୍ଗଲରୁ ବାଘଟି ସହର ମଧ୍ୟକୁ ଚାଲି ଆସିଥିବା ଅନୁମାନ କରାଯାଉଛି ।

   Related Posts