କଲରାପତରିଆ ଛାଲ ଜବତ, ସାଦା ପୋଷାକରେ ଧରିଲା ବନ ବିଭାଗ

Published By : Prameya-News7 Bureau | June 29, 2021 IST

ବଲାଙ୍ଗୀର,୨୯/୦୬:  ବଲାଙ୍ଗୀର ଜିଲ୍ଲା ସାଇଁତଳା ଥାନା ଅନ୍ତର୍ଗତ କଅଁସର ଗାଁରୁ ଗୋଟିଏ କଲରାପତରିଆ ବାଘ  ଛାଲ ଜବତ କରିଛି ବନ ବିଭାଗ।  କଅଁସର ଗାଁର ବିଶ୍ଵାମିତ୍ର ରଣାଙ୍କ ଘରୁ ବାଘଛାଲ ଜବତ କରାଯାଇଛି।

ତେବେ ଏ ଘଟଣାରେ ଜଣଙ୍କୁ ଅଟକ ରଖିଛି ବନବିଭାଗ। ବିଳମ୍ବିତ ରାତିରେ କଅଁସର ଗାଁର ବିଶ୍ଵମିତ୍ରଙ୍କ ଘରକୁ ଯାଇ ଚଢ଼ଉ କରିବା ସହ ପଚରାଉଚୁରା କରିଥିଲା ବନବିଭାଗ। ହେଲେ କିଛି ନ ପାଇବାରୁ ଫେରିଆସିଥିଲା। ପରେ ପୁଣି ସାଦା ପୋଷାକରେ ଯାଇ ତାଙ୍କ ଘରୁ ବାଘଛାଲ ଜବତ କରିବା ସହ ଜଣକୁ ଧରିବାରେ ସଫଳ ହୋଅଥିଲା।  ତେବେ ଏ ବାଘଛାଲ କେଉଁ ଠାରୁ ଆସିଲା ବିଶ୍ଵାମିତ୍ରଙ୍କ ପାଖକୁ ଓ କଣ ପାଇଁ ରଖିଥିଲେ ସେନେଇ ତଦନ୍ତ ଚାଲିଛି । ଏହାକୁ ବ୍ୟବସାୟ ପାଇଁ ରଖାଯାଇଥିଲା ନା ନାହିଁ ସେଦିଗରୁ ମଧ୍ୟ ବିଭାଗ ତଦନ୍ତ କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.