Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଡିଲ୍ ବେଳେ ଚଢଉ କଲା ବନ ବିଭାଗ, କଲରାପତରିଆ ଛାଲ ଜବତ : ୨ ଗିରଫ

11/11/2021 at 9:06 AM

ଦେବଗଡ,୧୧/୧୧:  ଦେବଗଡ ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମରେ ଫରେଷ୍ଟ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଚଢଉ କରାଯାଇ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଗାଁରେ ବାଘଛାଲ ବିକ୍ରି ନେଇ ମସୁଧା ଚାଲିଥିବା ସମ୍ପର୍କରେ ସ୍ପେସାଲ ସ୍କ୍ୱାର୍ଡ ଚଢଉ କରିଥିଲା ।

ଦେବଗଡ ଡିଏଫଓଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଚଢଉ କରାଯାଇଥିଲା । ବନବିଭାଗ ପକ୍ଷରୁ ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଶଖୁଳିଆ ଗ୍ରାମର ପଞ୍ଚାବନ ବର୍ଷ ବୟସ୍କ ପ୍ରହ୍ଲାଦ ପରିଡାଙ୍କୁ ଗିରଫ କରାଯାଇଥିଲା । ସେହିଭଳି ପ୍ରହ୍ଲାଦଙ୍କ ସୂଚନା ଆଧାରରେ ଏହି କଲରାପତରିଆ ବାଘ ମାରିଥିବା ଅଭିଯୋଗରେ ରିଆମାଳ ଥାନା ଅନ୍ତର୍ଗତ ସିମିଳିହତା ଗ୍ରାମର ପାଣ୍ଡବ ପ୍ରଧାନଙ୍କୁ ଗିରଫ କରାଯାଇଛି । ଜବତ ଛାଲଟି ଏକ ପ୍ରାପ୍ତ ବୟସ୍କ କଲରାପତରିଆ ବାଘଛାଲ ବୋଲି ଦେବଗଡ ଡିଏଫଓ ସୂଚନା ଦେଇଛନ୍ତି।

   Related Posts