Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଲୋକଙ୍କ ସହ ଖେଳୁଛି କଲରାପତରିଆ, ହିଂସ୍ର ଜନ୍ତୁର ବିରଳ ବନ୍ଧୁତା, ଭିଡିଓ ଭାଇରାଲ୍‌

15/01/2021 at 4:29 PM

ଶିମଲା ୧୫/୦୧: ପର୍ଯ୍ୟଟକଙ୍କ ସହ ଖେଳୁଛି କଲରାପତରିଆ ବାଘ। ରାସ୍ତା ଉପରେ ଛିଡ଼ା ହୋଇଥିବା ଦଳେ ଲୋକଙ୍କୁ ଆକ୍ରମଣ ନକରି ତାଙ୍କ ସହ ଖେଳୁଛି କଲରାପତରିଆ ବାଘ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବନ୍ୟଜନ୍ତୁ ବିଶେଷଜ୍ଞ କଲରାପତରିଆ ବାଘର ଏପରି ବ୍ୟବହାରକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି। ଗୋଟିଏ ହିଂସ୍ର ବନ୍ୟ ଜନ୍ତୁ ହୋଇ ବି ବାଘଟି ଲୋକଙ୍କ ସହ ବନ୍ଧୁ ପରି ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଭିଡିଓଟି ହିମାଚଳପ୍ରଦେଶର  ତିର୍ଥନ ଉପତ୍ୟାକାର ବୋଲି ଜଣାପଡ଼ିଛି। ବାଘଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ପାଖକୁ ଧିରେ ଧିରେ ଆସିଥିଲା। କିଛି ଲୋକ ବାଘକୁ ଦେଖି ଭୟରେ ପଳାଇଥିଲେ। କିନ୍ତୁ ଜଣେ ବ୍ୟକ୍ତି ସେମତି ଛିଡ଼ା ହୋଇଥିଲେ। ବାଘଟି ତାଙ୍କ ଉପରେ ଚଢ଼ିବାକୁ ବି ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଅନ୍ୟ ଜଣେ ବ୍ୟକ୍ତି ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ ଯାହାକି ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

ଗତକାଲି କଲରାପତରିଆ ବାଘର ଏହି ବ୍ୟବହାର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ ପୁଣି ଆଜି ଏହାକୁ ଜଣେ ଆଇଏଫସ୍‌ ଅଧିକାରୀ ପ୍ରବୀଣ କାସଓ୍ବାନ ଟ୍ବିଟ୍‌ରରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘କଲରାପତରିଆ ବାଘର ବ୍ୟବହାର ବୁଝିବାକୁ ଅସମର୍ଥ।’ ସେଠରେ ଥିବା ଲୋକମାନଙ୍କ ବ୍ୟବହାରକୁ ବି ଥଟ୍ଟା କରିଛନ୍ତି ଆଇଏଫଏସ୍‌ ଅଧିକାରୀ।

   Related Posts