ରାସ୍ତାରେ ବୁଲୁଛନ୍ତି କଲରାପତରିଆ ବାଘ ; ଲୋକେ ଭୟଭୀତ

Published By : Prameya-News7 Bureau | December 15, 2018 IST

ଟିଟିଲାଗଡ ୧୫|୧୨:  ରାସ୍ତା ଉପରେ ବୁଲୁଛନ୍ତି କଲରାପତରିଆ ବାଘ । ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ୍ ବଡମାଳ ଗୋଳାବାରୁଦ କାରଖାନା ପରିସରରେ ବୁଲୁଛି କଲରାପତରିଆ ବାଘ । ବାଘକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାଘ କାରଖାନା ଅଞ୍ଚଳରେ ଥିବା ଜଙ୍ଗଲରୁ ବାହାରି ରାସ୍ତା ଅତିକ୍ରମ କରୁଥିବା ଦୃଶ୍ୟ ଦେଖି ଲୋକେ ଭୟଭୀତ ଅଛନ୍ତି । ଏଭଳି ଦୃଶ୍ୟ କାରଖାନା କର୍ମଚାରୀଙ୍କୁ ମଧ୍ୟ ଭୟଭୀତ କରିଛି ।

ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ କାରଖାନା ପରିସରରେ ରହୁଥିବା କର୍ମଚାରୀ କାମ ସାରି ଫେରୁଥିବା ସମୟରେ କାରଖାନା ରାସ୍ତାରେ ୨ଟି କଲରା ପତରିଆ ବାଘ ଦେଖିଥିଲେ। ସେମାନେ ବାଘ ଦୁଇଟିର ରାସ୍ତା ଅତିକ୍ରମ କରୁଥିବାର ଦୃଶ୍ୟ ରେକର୍ଡିଂ କରିଥିଲ । ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଏ ନେଇ ଟିଟିଲାଗଡ଼ ବନଖଣ୍ଡ ଅଧିକାରୀ କହିଛନ୍ତି କଲରାପତରିଆ ବାଘ ରାସ୍ତାରେ ବୁଲୁଥିବା ଦୃଶ୍ୟ ଭାଇରାଲ ହୋଇଛି ଏବଂ ବନବିଭାଗ ସଚେତନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.