Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଧରାପଡିଲା ନରହନ୍ତା କଲରାପତରିଆ, ପରିବାର ଲୋକଙ୍କ ଆଗରୁ ଶିଶୁକୁ ଝାମ୍ପି ନେଇଥିଲା

22/10/2021 at 12:33 PM

ନବରଙ୍ଗପୁର ୨୨|୧୦ : ଶେଷରେ ଧରା ପଡିଛି ନରହନ୍ତା କଲରାପତରିଆ ବାଘ। ଗୋଟିଏ ପରେ ଗୋଟିଏ ୩ ଜଣ ଲୋକଙ୍କୁ ଶିକାର କରିଥିବା ନରହନ୍ତା ବାଘକୁ ଧରିବାରେ ଶେଷରେ ସଫଳ ହୋଇଛି ଛତିଶଗଡ ରାଜ୍ୟର ସିହାଞ୍ଜା ବନ ବିଭାଗ।

ସୂଚନା ଅନୁସାରେ, ଗତ ୧୧ ତାରିଖ ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ତୁରୁଡିହି ଗ୍ରାମର ଅମିତ ମର୍କାମ ନିଜ ପରିବାର ଲୋକଙ୍କ ସହ ସିହାଞ୍ଜା ସ୍ଥିତ ଶୃଙ୍ଗି ରୁଷି ପାହାଡ଼କୁ ଯାଇଥିଲେ । ସେଠାରେ ଶୀତଳା ମାତା ମନ୍ଦିରରୁ ଦର୍ଶନ ସାରି ତଳକୁ ଓହ୍ଲେଇବା ସମୟରେ ସେମାନଙ୍କୁ ଅଚାନକ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା । ଯେଉଁଥିରେ ୬ ବର୍ଷର ବାଳକ ଅମିତ ମର୍କାମଙ୍କ  ମୃତ୍ୟୁ ହୋଇଥିଲା।

ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ଫଳରେ ବନ ବିଭାଗ ୪ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଯନ୍ତା ବସାଇ ଜଗି ରହିଥିଲା। ତେବେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ବାଘଟି କାଳୀ ଗୁମ୍ଫା ନିକଟରେ ବସା ଯାଇଥିବା ଯନ୍ତାରେ ଥିବା ଛେଳିକୁ ଖାଇବାକୁ ଆସି ଫସି ଯାଇଥିଲା। ସେଠାରେ ଛକି ରହିଥିବା ବନ କର୍ମଚାରୀମାନେ ଶେଷରେ ପିଞ୍ଜରାକୁ ବନ୍ଦ କରି ବାଘଟିକୁ କାବୁ କରିବାରେ ସଫଳ ହୋଇଛନ୍ତି।

   Related Posts