Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମାଆ ସ୍ନେହର ଋଣ ସୁଝୁଛି ହିଂସ୍ର ବାଘ: ସବୁଦିନ ଜଙ୍ଗଲରୁ ଆସୁଛି ଓ ଗାଈ ସହ କିଛି ସମୟ ରହି ପୁଣି ଫେରିଯାଉଛି.. ବିଚିତ୍ର ଓ ବିରଳତମ

5/05/2020 at 5:29 PM

ଭଦୋଦରା, ୦୫|୦୫ :  ଆଜିକାଲି ସୋସିଆଲ ମିଡିଆରେ ଅନେକ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଏପରି ଏକ ଫଟୋ ଏବେ ଟ୍ୱିଟରରେ ଖୁବ୍ ଭାଇରାଲ ହୋଇଛି । ଯାହାର ଅନୁମାନ ଲଗାଇବା ମଧ୍ୟ ଅସମ୍ଭବ । ଏକ ଗାଈ ଓ ଚିତାବାଘର ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ୱିଟର୍ ପେଜରେ ପୋଷ୍ଟ କରିଛନ୍ତି ।

ଏହି ଫଟୋକୁ ସେୟାର କରି ସୁଶାନ୍ତ ଲେକିଛନ୍ତି ଯେ, ଶିକାର ଓ କଲରାପତରିଆ ଏକାଠି ଅଛନ୍ତି । ସବୁଦିନ ରାତିରେ କଲରାପତରିଆ ବାଘଟି ଗାଈ ପାଖକୁ ଆସିଥାଏ । କାରଣ ଗାଈଟି ବାଘଟିକୁ ଏକ ମାଆ ଭଳି ପାଳନ କରିଥିଲା । ଏହି ଫଟୋର କ୍ରେଡିଟ୍ ସେ ରୋହିତ ବ୍ୟାସଙ୍କୁ ଦେଇଛନ୍ତି । ଏହି ଫଟୋଟି ବଦୋଦରାର ଅନ୍ତୋଲୀ ଗ୍ରାମର ବୋଲି ଜଣାପଡିଛି ।

କଣ ରହିଛି ଏହି ଫଟୋ ପଛର କାହାଣୀ

ଏହି ଫଟୋକୁ ଯିଏ ବି ଦେଖୁଛି ସେ ଚକିତ ହୋଇଯାଉଛି । ଅନଫରେଷ୍ଟର ରିପୋର୍ଟ ଅନୁସାରେ, ଏହି ବାଇରାଲ ଫଟୋ ୨୦୦୨ର ଅଟେ । ଅନ୍ତୋଲୀ ଗ୍ରାମରେ ଯେତେବେଳେ ସମସ୍ତେ ଶୋଇ ଯାଉଥିଲେ ସେତେବେଳେ ଏକ କଲରାପତରିଆ ବାଘ ଗାଈ ନିକଟକୁ ସବୁଦିନ ଆସୁଥିଲା । ଏହାପରେ ଗାଈଟି ବାଘକୁ ନିଜ ଶିଶୁ ଭଳି ଲାଳନପାଳନ କରୁଥିଲା । ଏହି ବାଘଟି ଅନ୍ୟ କୌଣସି ପଶୁଙ୍କୁ କ୍ଷତି କରୁନଥିଲା । ସେ ଗାଈକୁ ଭେଟିବା ପରେ ଜଙ୍ଗଲକୁ ଚାଲି ଯାଉଥିଲା ।

ବାଘ ଓ ଗାଇର ଏହି କାହାଣୀକୁ ନେଇ ବନ ଅଧିକାରୀ ଏସଏସ ସିଂ କହିଛନ୍ତି ଯେ, ଅନେକ ଥର ପଶୁଙ୍କ ଆଚରଣରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ପ୍ରଥମେ ବାଘଟି ଗ୍ରାମରେ ପସିବା ପରେ ଗାଈଟି ତାକୁ ମାଆ ଭଳି ଭଲ ପାଇବା ଦେଇଥିବ । ତେଣୁ ବାଘଟି ସବୁଦିନ ଗାଈ ନିକଟକୁ ଆସିଥାଏ ।

   Related Posts