ଜଙ୍ଗଲରେ ଗଛ ତଳେ ଧ୍ୟାନ କରୁଥିଲେ ବୌଦ୍ଧ ଭିକ୍ଷୁ ; ଖାଇଦେଲା ଚିତା

Published By : Prameya-News7 Bureau | December 16, 2018 IST

ଦିଲ୍ଲୀ ୧୬/୧୨ : ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ରାମଦେବୀ ଜଙ୍ଗଲରେ ଏକ ଗଛ ତଳେ ଧ୍ୟାନ କରୁଥିଲେ ଜଣେ ୩୫ ବର୍ଷ ବୟସ୍କ ବୌଦ୍ଧ ଭିକ୍ଷୁ | ଗତ ମଙ୍ଗଳବାର ଦିନ ବୌଦ୍ଧ ଭିକ୍ଷୁଙ୍କୁ ଗୋଟିଏ ଚିତା ହତ୍ୟା କରିଦେଇଥିବା ଘଟଣା ସାମ୍ନାକୁ ଆସିଛି | ବୁଧବାର ଦିନ ଘଟଣା ସମ୍ପର୍କରେ ଜଣେ ଅଧିକାରୀ ସୂଚନା ଦେଇଥିଲେ | ମୃତକ ବୌଦ୍ଧ ଭିକ୍ଷୁ ହେଲେ ରାହୁଲ ବାଲକେ | ଅଧିକାରୀ କହିଛନ୍ତି ମୃତ ବୌଦ୍ଧ ଭିକ୍ଷୁ ଏକ ମାସ ହେଲା ସେଠାରେ ଧ୍ୟାନ କରୁଥିଲେ | ଜଙ୍ଗଲରେ ଏକ ଐତିହାସିକ ବୌଦ୍ଧ ମନ୍ଦିର ରହିଛି | ମନ୍ଦିରର କିଛି ଦୂରରେ ବୌଦ୍ଧ ଭିକ୍ଷୁ ଧ୍ୟାନ କରୁଥିଲେ ବୋଲି ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲର ଉପ-ନିର୍ଦେଶକ ଗଜେନ୍ଦ୍ର ନରବାନେ କହିଛନ୍ତି | 

{"id":64239,"width":594,"height":412}


ଗଜେନ୍ଦ୍ର ନରବାନେ କହିଛନ୍ତି ଯେ, ଗତ ମାସେ ହେଲା ରାହୁଲଙ୍କ ସହ ଆଉ ଦୁଇଜଣ ବୌଦ୍ଧ ଭିକ୍ଷୁ ଭୋଜନ ଆଣିବା ପାଇଁ ଯାଉଥିଲେ | ତେବେ ଜଙ୍ଗଲରେ ହିଂସ୍ର ପଶୁ ଥିବା ନେଇ ତାଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା ବୋଲି ସେ କହିଛନ୍ତି | ଜଙ୍ଗଲର ଉପ-ନିର୍ଦେଶକ ଆହୁରି କହିଛନ୍ତି ଯେ, ଜଙ୍ଗଲ ଭିତରକୁ ପ୍ରବେଶ ନ କରିବାକୁ ସମସ୍ତଙ୍କୁ ସୂଚାଇ ଦିଆଯାଇଛି | ତାଡୋଵା ସଂରକ୍ଷଣ ଜଙ୍ଗଲରେ ୮୮ ଚିତା ବାଘ ଥିବା ସେ କହିଛନ୍ତି | ଏହାଛଡା ଜଙ୍ଗଲୀ ଭାଲୁ, ଚିତା ଏବଂ ଆହୁରି ଅନେକ ହିଂସ୍ର ପଶୁ ଜଙ୍ଗଲରେ ବୁଲୁଥିବା ସେ ସୂଚନା ଦେଇଛନ୍ତି | 

{"id":64240,"width":594,"height":412}


ପୋଲିସ ଘଟଣାସ୍ଥଳରୁ ରାହୁଲ ବାଲକେଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଛି |
ନିକଟରେ ମହାରାଷ୍ଟ୍ରର ୟାଵତମଲ ଜିଲ୍ଲାର ରାଲେଗାଓଁ ଥାନା ଅନ୍ତର୍ଗତ ବୋରାଟି ଜଙ୍ଗଲରେ ଶାର୍ପ ସୁତାର ଅସଗର ଅଲି ଗୋଟିଏ ବାଘୁଣୀକୁ ହତ୍ୟା କରିଥିଲେ | ଏହି ବାଘୁଣୀ ସେହି ଅଂଚଳରା ୧୩ ଜଣଙ୍କୁ ହତ୍ୟା କରିସାରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.