Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଓଡିଶାରେ ବଢିଛି କଲରାପତରିଆ ବାଘ ସଂଖ୍ୟା, ୪ ବର୍ଷରେ ବଢିଲା ଦ୍ୱିଗୁଣ

22/12/2020 at 9:30 AM

ଭୁବନେଶ୍ୱର,୨୨/୧୨:    ଦେଶରେ କଲରାପତରିଆ ବାଘଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ପ୍ରକାଶ କରିଥିବା ରିପୋର୍ଟରେ ଏହି ସୂଚନା ମିଳିଛି । ଷ୍ଟାଟସ୍ ଅଫ୍ ଲିଓପାର୍ଡ -୨୦୧୮ ରିପୋର୍ଟର ତଥ୍ୟ ଅନୁଯାୟୀ , ଭାରତରେ ଏବେ କଲରାପତରିଆ ବାଘ ସଂଖ୍ୟା ୧୨ ହଜାର ୮୫୨ ।

ପୂର୍ବରୁ ୨୦୧୪ରେ ପ୍ରକାଶ ପାଇଥିବା ରିପୋର୍ଟ ତୁଳନାରେ ଏବେ କଲରାପତରିଆ ବାଘ ସଂଖ୍ୟା ୬୦ ପ୍ରତିଶତ ବଢିଛି । ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିବା ବେଳେ, ମଧ୍ୟପ୍ରଦେଶରେ ସର୍ବାଧିକ ୩ ହଜାର ୪୨୧, କର୍ଣାଟକରେ ୧୭ ଶହ ୮୩ ଏବଂ ମହାରାଷ୍ଟ୍ରରେ ୧୬ ଶହ ୯୦ ବୋଲି ତଥ୍ୟ ଦିଆଯାଇଛି ।

ସୂଚନା ଅନୁସାରେ, ଶିମିଳିପାଳ, ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟ, ଫୁଲବାଣୀ-ରାୟଗଡ଼ା- କଳାହାଣ୍ଡି ଜଙ୍ଗଲ, ସାତକୋଶିଆ ଅଭୟାରଣ୍ୟର ଦୁଇ ପାଶ୍ୱର୍ରେ କଲରାପତରିଆ ସଂଖ୍ୟା ଅଧିକ ବୃଦ୍ଧିପାଇଛି । ଏହାଛଡ଼ା ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର ରେଞ୍ଜରେ ସଂଖ୍ୟା ବଢିଛି। ମହାବଳ ସଂଖ୍ୟା ଉଦ୍‌ବେଗଜନକ ହାରରେ କମୁଛି। ଏବେ ଓଡ଼ିଶାରେ ବାଘ ସଂଖ୍ୟା ମାତ୍ର ୧୮। କିନ୍ତୁ ହୁ ହୁ ହୋଇ ବଢ଼ୁଛି କଲରାପତରିଆ ବାଘ ସଂଖ୍ୟା। ଗତ ଚାରି ବର୍ଷ ଭିତରେ ୨ ଗୁଣାରୁ ଅଧିକ ବଢ଼ି ଯାଇଛି।

ଜଣେ ବରିଷ୍ଠ ଜଙ୍ଗଲ ଅଧିକାରୀଙ୍କ କହିବାନୁସାରେ ଏକଥା ବି ସମ୍ଭବ ଯେ ପଡ଼ୋଶୀ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଜଙ୍ଗଲରୁ ଅନେକ କଲରାପତରିଆ ଓଡ଼ିଶା ଭିତରକୁ ଆସିଥିବେ । ମଧ୍ୟପ୍ରଦେଶରେ ସର୍ବାଧିକ କଲରାପତରିଆ ଠାବ କରାଯାଇଛି। ଗତ ୪ ବର୍ଷ ଭିତରେ ମଧ୍ୟ ପ୍ରଦେଶରେ ୮୮% ବଢ଼ିଛି ସଂଖ୍ୟା । ୧୮୧୭ ଥିଲେ । ଏବେ ୩୪୨୧। ଛତିଶଗଡ଼ରେ ୨୦୧୪ ଗଣନାରେ ଥିଲେ ୮୪୬ । ବଢ଼ିଛି ମାତ୍ର ୬ ।

ଆଶଙ୍କା କରାଯାଉଛି ଯେ, ଶିକାର ସନ୍ଧାନରେ ପଡ଼ୋଶୀ ରାଜ୍ୟରୁ କଲରାପତରିଆ  ମାଡ଼ି ଆସିଛନ୍ତି । ଏଥିରୁ ଅନୁମାନ କରାଯାଉଛି ଓଡ଼ିଶା ଜଙ୍ଗଲରେ କଲରାପତରିଆର ଖାଦ୍ୟ ଯୋଗ୍ୟ ଶିକାର ଯଥେଷ୍ଟ ସଂଖ୍ୟାରେ ଉପଲବ୍ଧ ଅଛି। ବନ୍ୟଜନ୍ତୁ ବିଷାରଦଙ୍କ ଅନୁସାରେ ମହାବଳ ବାଘ ତୁଳନାରେ କଲତରାପତରିଆର ଶିକାର ପସନ୍ଦ ଯଥେଷ୍ଟ ଅଧିକ। କଲରାପତରିଆ ୮୦ରୁ ୯୦ ପ୍ରକାର ବନ୍ୟପ୍ରାଣୀଙ୍କୁ ଶିକାର କରେ । ଓଡ଼ିଶା ଜଙ୍ଗଲରେ ବିଶେଷ କରି ସମ୍ବଲପୁର, ସୁନ୍ଦରଗଡ଼, ନୂଆପଡା ଓ ଫୁଲବାଣୀ-ରାୟଗଡ଼ା ରେଂଜରେ କଲରାପତରିଆଙ୍କ ପାଇଁ ଶିକାର ଅଧିକ ମିଳୁଥିବା ଜଣାପଡିଛି ।

   Related Posts