ଜଙ୍ଗଲରୁ ବାହାରି ମଇଁଷି ଗୁହାଳରେ ପଶିଗଲା ବାଘ : ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

Published By : Prameya-News7 Bureau | October 22, 2020 IST

୨୨/୧୦: ପରିବେଶ ଏବଂ ଜୀବ-ଜନ୍ତୁଙ୍କ ସଂରକ୍ଷଣ ପାଇଁ ଅନେକ ଯୋଜନା ଚଲାଯାଉଛି। କିନ୍ତୁ ଏହାର ଖାସ୍ ପ୍ରଭାବ ଦେଖାଯାଉନାହିଁ। ଦିନକୁ ଦିନ ଜଙ୍ଗଲରେ ମାନବ ଗତିବିଧି ବଢ଼ିବାରେ ଲାଗିଛି। ଯେଉଁ କାରଣରୁ ପଶୁଗୁଡ଼ିକ ସହରୀ ଅଞ୍ଚଳକୁ ପଶି ଯାଉଛନ୍ତି। ଏଥିପାଇଁ ମନୁଷ୍ୟ ଏବଂ ପଶୁ ଉଭୟଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

{"id":348771,"sizeSlug":"large"}

କଲରାପତରିଆ ବାଘଛୁଆଟି ମଙ୍ଗଳବାର ମୁମ୍ବାଇର ମିଲ୍କ କଲୋନୀରେ ପଶି ଆସିଥିଲା। ଏହା ପରେ ଯେତେବେଳେ ତାକୁ ଲୁଚିବାକୁ ଜାଗା ମିଳିନଥିଲା ସେତେବେଳେ ସେ ଗୁହାଳରେ ପଶିଯାଇଥିଲା। ଏହି ଗୁହାଳରେ ଗାଈ ଏବଂ ମଇଁଷି ବନ୍ଧା ହୋଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକଙ୍କ ନଜର ମଧ୍ୟ ତାଙ୍କ ଉପରେ ପଡ଼ିଥିଲା। ଯାହା ଫଳରେ ବାଘଛୁଆଟି ଡରି ଯାଇଥିଲା ଏବଂ ଗୁହାଳରେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା। ଏହା ପରେ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ।

wp:core-embed/twitter {"url":"https://twitter.com/ANI/status/1318829976813150213","type":"rich","providerNameSlug":"twitter","className":""}
https://twitter.com/ANI/status/1318829976813150213
/wp:core-embed/twitter

ନ୍ୟୁଜ ଏଜେନ୍ସି ଏଏନଆଇ ଏହି ଘଟଣାର ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ଆପଣ ଦେଖି ପାରୁଥିବେ ଯେ ବାଘଛୁଆଟି ଗୁହାଳରେ ପଶି ଯାଉଛି। ଏହାକୁ ଦେଖି ପଶୁମାନେ ଡରି ଯାଉଛନ୍ତି କିନ୍ତୁ ସେମାନେ ବନ୍ଧା ହୋଇଥିବାରୁ ଦୌଡ଼ି ପାରୁନାହାନ୍ତି। ଅନେକ ସମୟ ଯାଏଁ ବାଘଛୁଆଟି ଏପଟ ସେପଟ ଦୌଡ଼ୁଛି। ପରେ ତାକୁ ସୁଯୋଗ ମିଳିବାରୁ ସେ ନିଜେ ଜଙ୍ଗଲ ଆଡ଼କୁ ଦୌଡ଼ି ଯାଉଛି। ଏହି ଘଟଣାର ଭିଡିଓକୁ ସୋସିଆଲ୍ ମିଡିଆରେ ଖୁବ୍ ସେୟାର କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.