Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ହଠାତ ଘରେ ପଶିଗଲା କଲରାପତରିଆ ବାଘ, ସ୍ବାମୀ-ସ୍ତ୍ରୀ ଓ ଝିଅକୁ କଲା ଆକ୍ରମଣ, ଭିଡିଓ ଭାଇରାଲ୍‌

11/03/2021 at 9:10 PM

ଇନ୍ଦୋର ୧୧/୦୩: ଇନ୍ଦୋର ସହରରେ ପ୍ରବେଶ କରିଥିବା କଲରାପତରିଆ ବାଘକୁ ଦୀର୍ଘ ୨୩ ଘଣ୍ଟା ପରେ କାବୁ କରିଛି ବନ ବିଭାଗ। ଏହି ସମୟରେ ବାଘଟି ଜଣେ ମହିଳା, ପୁରଷ, ଛୋଟ ଝିଅ ଏବଂ ଜଣେ ବନ କର୍ମଚାରୀଙ୍କୁ ଆହତ କରିପାକାଇଛି । ରାଲାମଣ୍ଡଳ ଅଭୟାରଣ୍ୟରୁ ବାହାରି ସହର ଭିତରେ ପ୍ରବେଶ କରିଥିଲା ବାଘ। ବନ ବିଭାଗକୁ ସୂଚନା ମିଳିବା ପରେ କଲରାପତରିଆକୁ ଧରିବା ପାଇଁ ଅପରେସନ୍‌ ଆରମ୍ଭ  ହୋଇଥିଲା।

ଥରେ ବାଘଟିକୁ ବନ କର୍ମଚାରୀ ଘେରି ନେଇଥିଲେ କିନ୍ତୁ ଏହା ସେମାନଙ୍କୁ ଚକମା ଦେଇ କ୍ଷେତ ଭିତରକୁ ପଶି ଯାଇଥିଲା। ବାଘଟିକୁ ଧରିବା ପାଇଁ ବନ କର୍ମଚାରୀ ପିଞ୍ଜରା ବସାଇଥିଲେ। କିନ୍ତୁ ବାଘଟି ଧରାପଡ଼ିନଥିଲା। ସେହି ଅଞ୍ଚଳର ଲୋକଙ୍କୁ ସତର୍କ କରାଇଥିଲା ବନ ବିଭାଗ। ବାଘଟିକୁ ରାତି ସାରା ଖୋଜାଖୋଜି କରାଯାଇଥିଲା। ଗୁରୁବାର ବାଘଟିକୁ ଧରିବା ପାର୍ଇ ବନ କର୍ମଚାରୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ସେହି ଅଞ୍ଚଳରେ ଥିବା ଖେମରାଜଙ୍କ ଘରେ ପଶିଯାଇଥିଲା ।

ରୋଷେଇ ଘରେ ଥିବା ଖେମରାଜଙ୍କ ପତ୍ନୀଙ୍କୁ ଆକ୍ରମଣ କରିଥିଲା ବାଘ। ବାଘ ଆକ୍ରମଣ କରିବାରୁ ପଦ୍ମା ଚିତ୍କାର କରିବାରୁ ବାଥରୁମରେ ଗାଧୋଉଥିବା ଖେମରାଜ ବାହାରକୁ ଆସିଥିଲେ। ବାହାରକୁ ଆସିବା ପରେ ବାଘଟି ଖେମରାଜଙ୍କୁ ବି ଆକ୍ରମଣ କରିଥିଲା। ଏହି ସମୟରେ ତାଙ୍କର ଛୋଟ ଝିଅକୁ ମଧ୍ୟ ଛାଡ଼ିନଥିଲା ବାଘ। ପାଟିତୁଣ୍ଡ ଶୁଣି ବାଘଟି ପାଖରେ ଥିବା ଏକ ନିର୍ମାଣଧୀନ ଘରେ ପଶିଯାଇଥିଲା।

ସେତେବେଳକୁ ବନ କର୍ମଚାରୀ ସେଠାରେ ପହଞ୍ଚିଯାଇଥିଲେ। ତା ଉପରେ ଟ୍ରାଙ୍କୁଲାଇଜର ପ୍ରୟୋଗ କରାଯିବା ପରେ ବାଘଟି ବାଉଳା ହୋଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। କିଛି ବାଟ ଗଲା ପରେ ବାଘଟି ବେହୋସ ହୋଇପଡ଼ିଥିଲା। ପରେ ତାକୁ କାବୁ କରିଥିଲେ ବନ କର୍ମଚାରୀ।  

   Related Posts