ଦୁଇ ଭାଇଙ୍କୁ ବାଘ କବଳରୁ ବଞ୍ଚାଇଦେଲା ଜନ୍ମଦିନ କେକ୍‌, ହେଲେ କେମିତି ଜାଣନ୍ତୁ

Published By : Prameya-News7 Bureau | July 01, 2021 IST

ଭୋପାଳ ୧/୦୭: ମଣିଷର ଉପସ୍ଥିତ ବୁଦ୍ଧି ହିଁ ଜୀବନ ରକ୍ଷା କରିପାରେ । ଏମିତି ଅନେକ ଉଦାହରଣ ସାମ୍ନାକୁ ଆସୁଥିଲେ ହେଁ ଏଠାରେ ଉଲ୍ଲେଖ ଖବରଟି ବିଲକୁଲ ନିଆରା। ପିଛା କରୁଥିବା ମୃତ୍ୟୁକୁ ମାତ ଦେଇଦେଲେ ଦୁଇ ଭାଇ। ବାଘ ରୂପୀ ମୃତ୍ୟୁକୁ ମାତ୍‌ ଦେବା ପାଇଁ ସେମାନଙ୍କ ପାଖରେ ନା ଥିଲା ଅସ୍ତ୍ର ନା ସାଥିରେ ଥିଲେ ଲୋକ। କେବଳ କାମରେ ଆସିଲା ଜନ୍ମଦିନ କେକ୍‌। ଗୋଟିଏ କେକ୍‌ ପାଇଁ ବଞ୍ଚିଗଲା ଦୁଇ ଭାଇଙ୍କ ଜୀବନ। ମୃତ୍ୟୁକୁ ଜୟ କରିଥିବା ଦୁଇ ଭାଇଙ୍କ ନାଁରେ ଏବେ ଚାରିଆଡ଼େ ପ୍ରଶଂସା।

ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ବୁରାହାନପୁର ବାସିନ୍ଦା ଫିରୋଜଙ୍କ ପୁଅ ଜନ୍ମଦିନରେ ସାମିଲ ହେବାକୁ କେକ୍‌ ନେଇ ବାହାରିଥିଲେ ଦୁଇ ଭାଇ ଫିରୋଜ ଏବଂ ସବିର। ସେମାନେ ବାଇକ୍‌ ଯୋଗେ ଯାଉଥିବା ବେଳେ ରାସ୍ତାରେ ପଡ଼ିଥିଲା ଏକ ଆଖୁ କ୍ଷେତ। ସେତେବେଳେ ହଠାତ ଏକ କଲରାପତରିଆ ବାଘ ସେମାନଙ୍କୁ ପିଛା କରିଥିଲା। ସବିର ଗାଡ଼ି ଚଳାଉଥିବା ବେଳେ ପଛରେ ବସିଥିଲେ ଫିରୋଜ୍‌। ବାଘ ପିଛା କରୁଥିବା ଦେଖି ସବିର ଗାଡ଼ି ସ୍ପିଡ୍‌ ବଢ଼ାଇଥିଲେ। କିନ୍ତୁ କାଦୁଅ ଭର୍ତ୍ତି ରାସ୍ତାରେ ଗାଡ଼ି ଗତି ଧିମା ପଡ଼ିଯାଉଥିବା ବେଳେ ବାଘର ଗତି ବଢ଼ିଥିଲା।

ଏହାକୁ ଦେଖି ଗାଡ଼ି ପଛରେ ବସିଥିବା ଫିରୋଜ୍‌ ଭୟଭୀତ ହେବା ପରିବେର୍ତ ସାହାସିକତା ଦେଖାଇଥିଲେ। ଯଦିଓ ତାଙ୍କ ପାଖରେ କୌଣସି ଅସ୍ତ୍ର ନଥିଲା ସେ ନିଜ ପାଖରେ ଥିବା କେକ୍‌ଟିକୁ ବାଘ ଉପରକୁ ଫୋପାଡ଼ି ଦେଇଥିଲେ। ସୌଭାଗ୍ୟବଶତଃ ବାଘଟି ଭୟରେ ଦୌଡ଼ି ପଳାଇଥିଲା। ସବିର କହିଛନ୍ତି, ବାଘଟି ତାଙ୍କୁ ପାଖାପାଖି ୫୦୦ ମିଟର ପିଛା କରିଥିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.