କରୋନାରେ ବାଘ ଭୟ: ନାସିକ୍ ଇନ୍ଦିରା ନଗରରେ ଚିତା ଆକ୍ରମଣ,୨ ଆହତ

Published By : Prameya-News7 Bureau | May 30, 2020 IST

ନାସିକ ୩୦।୫: ମହାରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମଣ ହୁହୁ ହୋଇ ବଢି ଚାଲିଥିବା ବେଳେ ଏବେ ନାସିକ ରାସ୍ତାଘାଟରେ ବାଘ ବୁଲୁଥିବାର ଲୋକେ ଅଭିଯୋଗ କଲେଣି। କେବଳ ଏତିକି ନୁହେଁ ଚିତାବାଘ ଆକ୍ରମଣରେ ନାସିକ ଇନ୍ଦିରା ନଗରର ୨ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡିଛି। ଭୋର ପ୍ରାୟସାଢେ ୫ଟା ବେଳେ ଇନ୍ଦିରାନଗର ରାଜସାରଥୀ ହାଉସିଂ ସୋସାଇଟିରେ ବାଘ ଆକ୍ରମଣ କରିଥିବା ଅଧିକାରୀ ଭାବେ କୁହାଯାଇଛି।

{"id":278362,"width":578,"height":326,"sizeSlug":"large"}

ହାଉସିଂ ସୋସାଇଟିରେ ରହୁଥିବା ଜନୈକ ବୟସ୍କ ବ୍ୟକ୍ତିଙ୍କୁ  ବାଘଟି ସିଡିରେ ଆକ୍ରମଣ କରିଥିଲା। ସେ ଭୟରେ ଚିତ୍କାର କରିବାରୁ ବାଘଟି ବାହାରକୁ ପଳାଇ ଯାଇ ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଝାମ୍ପିଥିଲା। ତେବେ ବାଘ ଆକ୍ରମଣରେ ବୟସ୍କ ବ୍ୟକ୍ତିଜଣକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ବାଘ  ଆକ୍ରମଣର ଘଟଣା ସିସିଟିଭି କ୍ୟାମେରା କ୍ୟାପ୍ଚର କରିଥିବା ବେଳେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

{"id":278365,"width":579,"height":386,"sizeSlug":"large"}

ତେବେ ନାସିକ ପୂର୍ବରୁ ବାଘଟିକୁ ମୁମ୍ବାଇ ନାକା ଅଞ୍ଚଳର ଟିଡକେ କଲୋନୀ ଅଞ୍ଚଳରେ ଲୋକେ ଦେଖିଥିବାର କହୁଛନ୍ତି । ରାଜ୍ୟରେ ମହାମାରୀ ବ୍ୟାପିଥିବା ବେଳେ ବାଘ ବୁଲିବା ଏବେ ଲୋକଙ୍କ ଲାଗି ନୂଆ ସମସ୍ୟା ପାଲଟିଛି। ଲୋକେ କରୋନା ଭୟରେ ଘର ବାହାରକୁ ବାହାରୁନଥିବା ବେଳେ ଏଥିରେ ବାଘ ଘର ଦୁଆରମୁହଁରେ ପହଞ୍ଚିବା ନୂଆ ଚିନ୍ତା ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.