ବିଚ୍ ରାସ୍ତାରେ ଝିଙ୍କ ଓ ଚିତା ବାଘ ମଧ୍ୟରେ ଲଢ଼େଇ: ଜାଣନ୍ତୁ ଜିତିଲା କିଏ, ବନ ବିଭାଗ ଅଧିକାରୀ ଭିଡିଓ କଲେ ଭାଇରାଲ

Published By : Prameya-News7 Bureau | November 23, 2019 IST

ନୂଆଦିଲ୍ଲୀ୨୩/୧: ଏକ ଅଜବ ପ୍ରକାର ଦୃଶ୍ୟ ସାମ୍ନାକୁ ଆସିଛି। ବିଚ୍‌ ରାସ୍ତା ମଝିରେ ଚିତା ବାଘ ଓ ଝିଙ୍କ ମଧ୍ୟ ଲଢ଼େଇ ଚାଲିଥିବାର ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହୋଇଛି। ଏହି ୫୮ ସେକେଣ୍ଡର ଭିଡିଓକୁ ଜଣେ ବନ ବିଭାଗର କର୍ମଚାରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

 ଚିତା ବାଘ ଓ ଝିଙ୍କ ମଧ୍ୟରେ ଲାଗିଥିବା ଲଢ଼େଇ ଦେଖିଲେ ସହଜରେ ଅନୁମାନ କରି ହେବା ନାହିଁ ଯେ ଏମାନଙ୍କ ମଧ୍ୟରେ ଲଢ଼େଇ ଚାଲିଛି । କିନ୍ତୁ ଝିଙ୍କକୁ ଆକ୍ରମଣ କରିବା ଲାଗି ଚିତା ବହୁତ ଚେଷ୍ଟା କରୁଛି। ହେଲେ ସାହସର ସହ ଝିଙ୍କ ମଧ୍ୟ ଚିତାର ମୁକାବିଲା କରିବାକୁ ଚେଷ୍ଟା କରୁଛି।

wp:core-embed/twitter {"url":"https://twitter.com/ParveenKaswan/status/1197117490452545536","type":"rich","providerNameSlug":"twitter","className":""}
https://twitter.com/ParveenKaswan/status/1197117490452545536
/wp:core-embed/twitter

ଝିଙ୍କକୁ ଆକ୍ରମଣ କରିବା ବେଳେ ଚିତା ପାଟି​‌ରେ କଣ୍ଟା ଲାଗି ଯାଇଥିଲା। ଭୟରେ ଚିତା ଜଙ୍ଗଲ ଭିତକୁ ଚାଲି ଯାଇଥିଲା। ଝିଙ୍କର କଣ୍ଟା ବହୁତ ଶକ୍ତ ତେଣୁ ତେଣୁ ଚିତା ଆକ୍ରମଣ କରିବା ବେଳେ ଝିଙ୍କ୍‌ ଚତୁରତାର ସହ ଝିଙ୍କ ନିଜ କଣ୍ଟାକୁ ଚିତା ଆଡ଼କୁ ଦେଖାଇ ଦେଇଥିଲା। ଚିତା ପାଟିରେ କଣ୍ଟା ଲାଗିଯିବା ଫଳରେ ସେ ଆଉ ଲଢ଼େଇ କରି ପାରି ନ ଥିଲା। ଚିତା ବହୁ କଷ୍ଟ କରି ନିଜ ପାଟିରୁ କଣ୍ଟାକୁ ବାହାର କରିଥିଲା । ପରେ ଝିଙ୍କକୁ ଦେଖି ଲଢେଇ ମୈଦାନ ଛାଡି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ଏହି ଭାଇରାଲ ଭିଡିଓକୁ ୟୁଜର୍ସ ପସନ୍ଦ କରିବା ସହ ବିଭିନ୍ନ ପ୍ରକାର କମେଣ୍ଟ ବା ମନ୍ତବ୍ୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.