ବଡ଼ ଭାଇକୁ ଘରେ ପଶି କ୍ଷତାକ୍ତ କରିପକାଇଲା ବାଘ, ଏହା ଦେଖି ଆତ୍ମହତ୍ୟା କରିଦେଲା ସାନ ଭାଇ

Published By : Prameya-News7 Bureau | July 19, 2021 IST

ହରଦୋଇ ୧୯/୭: ବଡ଼ ଭାଇକୁ ବାଘ ଆକ୍ରମଣ କରି କ୍ଷତାକ୍ତ କରିଦେବାରୁ ଆତ୍ମହତ୍ୟା କରିଦେଲା ସାନ ଭାଇ। ଉତ୍ତରପ୍ରଦେଶର ହରଦୋଇ ସ୍ଥିତ ସାଣ୍ଡିରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ସାଣ୍ଡିର ବାସିନ୍ଦା ସୁନିଲ କୁମାରଙ୍କ ସାନ ଭାଇ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ମୃତ ଦେହ ସ୍ଥାନୀୟ ଏକ ବର ଗଛରୁ ଉଦ୍ଧାର ହୋଇଛି।

ମୃତକଙ୍କ ବଡ଼ ଭାଇଙ୍କୁ ରବିବାର ଦିନ ଘରେ ପଶି ଆକ୍ରମଣ କରିଥିଲା କଲରାପତରିଆ ବାଘ। ଏଥିରେ ସୁନିଲ କୁମାର ଆହତ ହୋଇଛନ୍ତି। ବାଘର ଆକ୍ରମଣରେ ସୁନିଲ ଗୁରୁତର ହୋଇଥିବା ବେଳେ ତାଙ୍କ ଭାଇ ଶିବ କୁମାର ବାଜପେୟୀ ଆତ୍ମହତ୍ୟା କରିଛନ୍ତି। ଏଏସପି ଅନିଲ କୁମାର ଯାଦବଙ୍କ ଅନୁଯାୟୀ, ମୃତକଙ୍କ ବଡ଼ ଭାଇଙ୍କୁ ବାଘ କ୍ଷତାକ୍ତ କରିପକାଇଥିଲା । ଏହାକୁ ନେଇ ଶିବ କୁମାର ଆତ୍ମହତ୍ୟା କରିଛନ୍ତି।  

ତେବେ ରବିବାର ଦିନ ନବାବଗଞ୍ଜ ସ୍ଥିତ ବିଜୁଳି ଉପକେନ୍ଦ୍ରରେ କଲରାପତରିଆ ବାଘ ପଶିଥିବା ଜଣାପଡ଼ିଥିଲା। ତେବେ ବିଜୁଳି ଉପକେନ୍ଦ୍ର ସୁନିଲଙ୍କ ଘରକୁ ଲାଗି ରହିଛି। ସୁନିଲ ଘରର ଦ୍ବିତୀୟ ମହଲାରେ ଥିବା ବେଳେ ବାଘଟି ସିଧା ତାଙ୍କ ପାଖକୁ ଲମ୍ଫ ମାରିବା ସହ ତାଙ୍କୁ କ୍ଷତାକ୍ତ କରିପକାଇଥିଲା। ବାଘ ଭୟରେ ସୁନିଲଙ୍କ ପରିବାର ଘରେ କବାଟ ବନ୍ଦ କରି ୪ ଘଣ୍ଟା ରହିଥିଲେ। ପରେ ଘର ପଛ ପଟେ ସିଢ଼ି ଲଗାଇ ସୁନିଲଙ୍କୁ ଉଦ୍ଧାର କରାଯାଇଥିଲା। ସେପଟେ ବାଘଟିକୁ ଧରିବା ପାଇଁ ପ୍ରଚେଷ୍ଟା ଚାଲିଥିବା ଡିଏଫଓ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.