ବାର୍ସେଲୋନା ଛାଡିବେ ଲିଓନେସ ମେସି, ଏବେ କେକେଆର ଦେଲା ଖାସ୍ ଅଫର

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୦୮: ଦୁନିଆର ମହାନ ଫୁଟବଲ୍‌ ଖେଳାଳିଙ୍କ ମଧ୍ୟରୁ ଜଣେ ଲିଓନେସ ମେସି ବାର୍ସେଲୋନା କ୍ଲବ ଛାଡି ପାରନ୍ତି। ମେସିଙ୍କୁ ଏବେ ଆଇପିଏଲ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ଏକ ଅଫର ଦେଇଛି। ତାରକା ଫୁଟବଲ୍ ଖେଳାଳି ମେସି ମଙ୍ଗଳବାର ବାର୍ସେଲୋନାକୁ କ୍ଲବ ଛାଡିବାକୁ ଚାହୁଁଥିବା କହିଛନ୍ତି। ମେସି ଏହି ପ୍ରଖ୍ୟାତ କ୍ଲବ୍ ସହ ଦୁଇ ଦଶନ୍ଧି ଧରି ଜଡିତ ଥିଲେ।

ଏହା ମଧ୍ୟରେ ଦ ଗାର୍ଜିୟନର ଅଧିକାରୀ ଟ୍ଵିଟର ଆକାଉଣ୍ଟ ଏକ ଲେଖା ସେୟାର କରିଛି, ଯେଉଁଥିରେ ଲେଖା ହୋଇଛି ବାର୍ସେଲୋନା ଛାଡିବା ପରେ ମେସି କେଉଁଠି କି ଯିବେ। ଏହାରି ଉତ୍ତରରେ ପୂର୍ବତନ ଆଇପିଏଲ ଚାମ୍ପିଅନ ଟିମ୍ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର) ମଜାଦାର ଢଙ୍ଗରେ ଜବାବ ଦେଇଛି।

wp:html /wp:html

କେକେଆର ମେସିଙ୍କୁ ଏକ ଫଟୋ ସେୟାର କରି ତାଙ୍କୁ ନିଜ ଦଳର ଜର୍ସି ଦେଖାଇଛି। କେକେଆର ଟ୍ଵିଟ୍‌ରେ କରି ଲେଖିଛି, ମିଷ୍ଟର ମେସି କଣ ଆପଣ ପର୍ପଲ-ଗୋଲ୍ଡ ଜର୍ସିରେ ନିଜକୁ ଦେଖିବାକୁ ପସନ୍ଦ କରିବେ।

ମେସି ଚଳିତ ସଂସ୍କରଣରେ କୌଣସି ଟ୍ରଫି ନଜିତି ପାରିବା ଏବଂ ଚମ୍ପିଆନ୍ସ ଲିଗ୍‌ରେ ବାୟର୍ନ ମ୍ୟୁନିଖ ହାତରୁ ବାର୍ସେଲୋନାର ଶୋଚନୀୟ ପରାଜୟ ପରଠୁ ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ କ୍ଲବ ଛାଡିବା କଥା କହିଛନ୍ତି। ବାର୍ସେଲୋନା ଏହାର ସୂଚନା ମଧ୍ୟ ଦେଇଛି ଯେ ମେସିଙ୍କ ପକ୍ଷରୁ କ୍ଲବକୁ ଏକ ପତ୍ର ମିଳିଛି, ଯେଉଁଥିରେ ମେସି କ୍ଲବ୍ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.