ଲିଜେଣ୍ଡ୍ ଫୁଟବଲର ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଲିଓନେଲ ମେସି, କିନ୍ତୁ କ୍ଲବ ଦେଲା ଜରିମାନା , କାହିଁକି ଏପରି ହେଲା...

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ,୦୧/୧୨:     ଲିଓନେଲ ମେସି ରବିବାର ମ୍ୟାଚରେ ଗୋଲ୍ କରିବା ପରେ ଜର୍ସି ଖୋଲି ମାରାଡୋନଙ୍କୁ ସ୍ମରଣ କିରଛନ୍ତି । ଏଥିପାଇଁ ସେ ଦଣ୍ଡିତ ମଧ୍ୟ ହୋଇଛନ୍ତି ।  ନିକଟରେ ମୃତ୍ୟୁ ବରଣ କରିଥିବା କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଡିଏଗୋ ମାରାଡୋନାଙ୍କୁ ଗୋଲ୍ ଉତ୍ସର୍ଗ କରିବାକୁ ଯାଇ ବାର୍ସେଲୋନା ଜର୍ସି ଖୋଲିଥିଲେ । ଭିତରେ ସେ ନିୱେଲ୍ସ ଓଲ୍ଡ ବଏଜ କ୍ଲବର ଜର୍ସି ପରିଧାନ କରିଥିଲେ ।

ମାରାଡୋନା ଏକଦା ନିୱେଲ୍ସ ଓଲ୍ଡ ବଏଜ କ୍ଲବ୍ ପକ୍ଷରୁ ୧୦ନଂ ଜର୍ସି ପରିଧାନ କରୁଥିଲେ । ଓସାସୁନା ବିପକ୍ଷରେ ଗୋଲ୍ କରିବା ପରେ ମେସି ମାରାଡୋନାଙ୍କ ୧୦ନଂ(ନିୱେଲ୍ସ ଓଲ୍ଡ ବଏଜ) ଜର୍ସି ପ୍ରଦର୍ଶନ କରିଥିଲେ ।

ଏଥିପାଇଁ ରେଫରୀ ମେସିଙ୍କୁ ୟେଲୋ କାର୍ଡ ପ୍ରଦର୍ଶିତ କରିଥିଲେ । ନିୟମ ଅନୁଯାୟୀ ମ୍ୟାଚ୍ ମଧ୍ୟରେ କୌଣସି ଖେଳାଳି ଜର୍ସି ଖୋଲିବା ବିଶୃଙ୍ଖଳାର ପରିଚୟ । ତେଣୁ ରେଫରୀ ଚାହିଁଲେ ରେଡ୍ କାର୍ଡ ମଧ୍ୟ ପ୍ରଦର୍ଶିତ କରିପାରିବେ । ଏହାସହ ବାର୍ସେଲୋନାକୁ ୩୦୦୦ ଫାଉଣ୍ଡର ଜରିମାନା ଲାଗିଛି । ଏହି ମୁକାବିଲାକୁ ବାର୍ସେଲୋନା ଓସାସୁନା ବିପକ୍ଷରେ ୪-୦ରେ ଜିତି ନେଇଥିଲା ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା । ୧୦ ନମ୍ବର ଜର୍ସି ପରିଧାନ କରୁଥିବା ମାରାଡୋନା, ପେଲେଙ୍କ ଭଳି ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲର ଥିଲେ । ୧୯୮୬ ମସିହାରେ ଆର୍ଜେଣ୍ଟିନାକୁ ବିଶ୍ବକପ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡିଏଗୋ ମାରାଡୋନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.