ଦାନବୀର ମେସି: କରୋନା ମୁକାବିଲା ପାଇଁ ହସ୍ପିଟାଲକୁ ଦେଲେ ୪ କୋଟି ଟଙ୍କା

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ, ୧୨|୦୫: ଆର୍ଜେଣ୍ଟିନାର ଷ୍ଟାର୍ ଫୁଟୁବଲ ପ୍ଲେୟାର ଲିଓନାଲ୍ ମେସି କରୋନା ମୁକାବିଲା ପାଇଁ ପୁଣି ଥରେ ସାହାଯ୍ୟର ହାତ ବଡାଇଛନ୍ତି । ସେ ଦେଶର ଏକ ହସ୍ପିଟାଲକୁ ୫ ଲକ୍ଷ ୟୁରୋ ସାହାଯ୍ୟ କରିଛନ୍ତି । ଖବର ସରବରାହ ସଂସ୍ଥା ସିହ୍ନୁଆ ଅନୁସାରେ ମେସି ୫୪୦,୦୦୦ ଡଲାର ବା ପ୍ରାୟ ୪ କୋଟି ଟଙ୍କା ଦାନ କରିଛନ୍ତି ।

ଏହି ଅର୍ଥକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସୁରକ୍ଷା ଉପକରଣ, ପିପିଇ କିଟ୍ କ୍ରୟ କରିବାରେ ଉପଯୋଗ କରାଯିବ । କାସା ଗରହନ ନାମକ ଏକ ଟ୍ରଷ୍ଟରର କାର୍ଯ୍ୟକାରୀ ନିର୍ଦ୍ଦେଶକ ସିଲାବ୍ୟା କସାବ କହିଛନ୍ତି ଯେ, ମେସିଙ୍କ ଏହି ଦାନ ପାଇଁ ଅନେକ ଅନେକ ଧନ୍ୟବାଦ । ଏଥିରେ ଆର୍ଜେଣ୍ଟିନାରେ କରୋନା ମୁକାବିଲା କ୍ଷେତ୍ରରେ ଅନେକ ଜରୁରୀ ପଦକ୍ଷେପ ନିଆଯାଇ ପାରିବ ।

{"id":268688,"width":692,"height":389,"sizeSlug":"large"}

ମେସି ସାନ୍ତା ଫେ ଓ ବ୍ୟୁନସ୍ ଆୟାର୍ସ ଅଞ୍ଚଳର ବିଭିନ୍ନ ହସ୍ପିଟାଲ ସହ ସ୍ୱାୟତ ସହରରେ ଥିବା ବିଭିନ୍ନ ମେଡିକାଲକୁ ଭେଣ୍ଟିଲେଟର, ଇନଫ୍ୟୁଜନ୍ ପମ୍ପ ଓ କମ୍ପ୍ୟୁଟର କିଣିବା ପାଇଁ କହିଥିଲେ । ଏହାସହ କିପରି ପିପିଇ ସମେତ ଅନ୍ୟ ସୁରକ୍ଷା ଉପକରଣ ହସ୍ପିଟାଲରେ ଅତିଶୀଘ୍ର ପହଁଚିପାରିବ ସେ ଦିଗରେ ମଧ୍ୟ ଧ୍ୟାନ ଦେଇଛନ୍ତି । ଏହାର ଫାଇଦା ସେହି ଯୋଦ୍ଧାଙ୍କୁ ମିଳିବ ଯେଉଁମାନେ କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମେସି ବାର୍ସେଲିନାର ଏକ ହସ୍ପିଟାଲକୁ ୧୦ ଲକ୍ଷ ୟୁରୋ ପ୍ରଦାନ କରିଥିଲେ । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.