ଓଜନ ହ୍ରାସରେ ସହାୟକ ହୋଇପାରେ ଲେମ୍ବୁ, ଜାଣନ୍ତୁ କିପରି କରିବେ ଉପଯୋଗ

Published By : Prameya-News7 Bureau | June 29, 2019 IST

ସୁସ୍ଥସ୍ୱାସ୍ଥ୍ୟ ନିମନ୍ତେ ତାଜା ଫଳ ବହୁତ ଲାଭକାରୀ। ଏଣୁ ଲୋକେ ଫଳ କଥା ପଡିଲେ ମିଠା ଫଳ ପ୍ରତି ବିଶେଷ ଆଗ୍ରହୀ ହୋଇଥାନ୍ତି। ହେଲେ ଲେମ୍ବୁ, କମଳା ଓ ଟଭା ଭଳି ଖଟ୍ଟା ଫଳ ମଧ୍ୟ ସ୍ୱାସ୍ଥ୍ୟପାଇଁ ଉପଯୋଗୀ ହୋଇଥିଲେ ହେଁ ଏଭଳି ଫଳକୁ ଖଟ୍ଟା ପାଇଁ ଅନେକ ନାକ ଟେକନ୍ତି। ହେଲେ ଏଭଳି ଖଟା ଫଳରେ ପ୍ରଚୁର ପରିମାଣରେ ଅମ୍ଲିୟ ତତ୍ୱ ଭରି ରହିଥାଏ। ଯାହା ଆମ ଶରୀର ପାଇଁ ବେଶ ହିତକର ହୋଇଥାଏ।

{"id":128522}

ଏଭଳି ଫଳରେ ପ୍ରଚୁର ପରିମାଣରେ ଭିଟାମିନ-ସି,ସର୍କରା, ଫାଇବର, ପୋଟାସିୟମ,ଫୋଲେଟ, କ୍ୟାଲସିୟମ,ନିଆସିନ୍ ଓ ଭିଟାମିନ ବି-୬ ବି ଥାଏ। ଏଣୁ ଏଭଳି ଫଳ ଶରୀରର ଓଜନ ହ୍ରାସ ସହ କ୍ୟାଲୋରୀ ବୃଦ୍ଧିରେ ବେଶ ସହାୟକ ହୋଇଥାନ୍ତି। ଲେମ୍ବୁରେ ଜୀବାଣୁ ପ୍ରତିରୋଧକ କ୍ଷମତା ରହିଛି। ସେହିଭଳି ଭୂତାଣୁ ରୋଧୀ ହେବା ସହ ଶରୀରର ପ୍ରତିରକ୍ଷା ପ୍ରଣାଳୀ ବୁଷ୍ଟିଂ ଗୁଣରେ ମଧ୍ୟ ଭରପୁର। ଏଣୁ ପ୍ରତ୍ୟେକ ଦିନ ଖାଦ୍ୟରେ ଲେମ୍ବୁ ବ୍ୟବହାର କଲେ ଓଜନ ହ୍ରାସ ହେବା ସହ ଶରୀର ଫୁର୍ତ୍ତି ହୋଇଥାଏ।

{"id":128523}

ଖାଲି ଲେମ୍ବୁ ନୁହେଁ ଖଟା ଅଙ୍ଗୁର ମଧ୍ୟ ଏଦିଗରେ ବେଶ ହିତକର ଫଳ। ଖଟା ଅଙ୍ଗୁର ଶରୀରେ କର୍କଟ ସୃଷ୍ଟି ହେବାକୁ ହିଁ ଦେଇନଥାଏ। ସେହିପରି ଶରୀର ପାଚନ ତନ୍ତ୍ରକୁ ଠିକ କରି  ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରିଥାଏ। ସେହିଭଳି ଭିଟାମିନ-ସି,ପୋଟାସିୟମ ଓ ଭିଟା କେରୋଟିନାରେ ଭରପୁର ସନ୍ତରା ସ୍ୱାସ୍ଥ୍ୟ ନିମନ୍ତେ ଏକ ଉପଯୋଗୀ ଫଳ। ଏଥିରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିବା ସହ ହୃଦ ଓ କିଡନୀ ଜନିତ ରୋଗରୁ ଉପସମ ଦେଇଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.