Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଭିଟାମିନ୍-ସି ଯୁକ୍ତ ଫଳ ଉପରେ କରୋନା ମାଡ: ଲେମ୍ବୁ କିଲୋ ୨୦୦ ଟଙ୍କା ପାର୍

21/04/2021 at 3:50 PM

ନୂଆଦିଲ୍ଲୀ ୨୧/୦୪ : କରୋନା ସଂକ୍ରମଣ ଏଡ଼ାଇବାକୁ ଲୋକେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଡାକ୍ତର ମଧ୍ୟ ଭିଟାମିନ-ସି ଯୁକ୍ତ ଫଳ ଓ ପନିପରିବା ଅଧିକ ସେବନ କରିବାକୁ ପରାମର୍ଶ ଦେଉଛନ୍ତି। ଫଳରେ ଲେମ୍ବୁ ସମେତ ଭିଟାମିନ-ସି ଯୁକ୍ତ ଫଳର ଚାହିଦା ବଢିଯାଇଛି। କିଲୋ ପ୍ରତି ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ଲେମ୍ବୁ ବର୍ତ୍ତମାନ ୨୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।

ଦିଲ୍ଲୀ ସାହିବାବାଦ ପରିବା ମଣ୍ଡି ଓ ବସଷ୍ଟାଣ୍ଡରେ ଥିବା ପରିବା ମଣ୍ଡିରେ ଲେମ୍ବୁ କିଲୋ ପ୍ରତି ୧୪୦ ରୁ ୧୬୦ ଟଙ୍କା ଅଛି। ଲେମ୍ବୁର ଚାହିଦା ବୃଦ୍ଧି ଯୋଗୁଁ ଦାମ ଦୁଇଗୁଣ ବଢି ଯାଇଛି। ଲେମ୍ବୁ ପରେ କମଳାର ଚାହିଦା ମଧ୍ୟ ଅଧିକ ରହିଛି। ମଣ୍ଡିରେ କମଳା କିଲୋ ପ୍ରତି ୧୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବଜାରରେ ୨୦୦ ଟଙ୍କାରେ ବିକ୍ରି ହେଉଛି। ସିଜନ ଶେଷ ହୋଇ ଆସୁଥିବାରୁ ବର୍ତ୍ତମାନ ବିଦେଶୀ ମାଲ୍ଟା କମଳାର ଚାହିଦା ରହିଛି। ମାଲ୍ଟା କିଲୋ ପ୍ରତି ୧୪୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି।

ମୌସମ୍ବୀର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ମଣ୍ଡିରେ ମୌସମ୍ବୀ କିଲୋ ୧୦୦ ଟଙ୍କା। ଅଙ୍ଗୁର କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି। ଅନଲାଇନ୍ ଡେଲିଭରୀ ଆପରେ ଲେମ୍ବୁ ଦାମ୍ ୨୫୦ ଟଙ୍କା ପାର କରିଛି। ଅନଲାଇନ୍ ଆପରେ ଲେମ୍ବୁ, କମଳା, ଅଙ୍ଗୁର, ମାଲ୍ଟା ଆଦିର ଡାଳ ବଜାରରୁ ଅଧିକ ରହିଛି। ଅନଲାଇନରେ ସେଓ କିଲୋ ପ୍ରତି ୧୬୦ ରୁ ୧୮୦ ଟଙ୍କା ରହିଛି। ନବରାତ୍ରି ଚାଲିଥିବାରୁ କଦଳୀ ଡଜନ୍ ୬୦ ଟଙ୍କା ରହିଛି। ଏହି ସମୟରେ ପଇଡର ଚାହିଦା ମଧ୍ୟ ଅଧିକ ରହିଛି। ପଇଡ ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଛି।

   Related Posts