Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ

20/04/2021 at 12:53 PM

ଭୁବନେଶ୍ବର ୨୦।୪: ହାଇଦରକୁ ତେଲେଙ୍ଗାନା ପୋଲିସ ଧରିଲା କିନ୍ତୁ ଓଡିଶା ପୋଲିସ ବାଃ ବାଃ ନେଲା । ପ୍ରେସମିଟ୍ ରେ ଏଭଳି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି ହାଇଦର ନିକଟରେ ପୋଲିସ ସୁରକ୍ଷା ବ୍ୟବସ୍ଥା ନଥିଲା କିନ୍ତୁ ଯୁବତୀମାନେ ଥିଲେ । ଓଡିଶା ଜେଲ୍ ମାନୁଆଲ ଅନୁସାରେ କୌଣସି କଏଦୀ ଜେଲ୍ ବାହାରକୁ ଚିକିତ୍ସା ପାଇଁ ଯିବା ବେଳେ ତାଙ୍କୁ ଜେଲର ମେଡ଼ିକାଲ ଅଫିସରଙ୍କ ସୁପାରିଶ କ୍ରମେ ଜେଲ୍ ଡିଜିଙ୍କ ଅନୁମତି ଦରକାର ।  ବାହାରେ ରହୁଥିବା ଅପରାଧୀଙ୍କୁ ଜଣେ ଉଚ୍ଚପଦସ୍ଥ ଜେଲ୍ ବିଭାଗର ଅଧିକାରୀ ପ୍ରତିଦିନ ଅନୁଧ୍ୟାନ କରି ରିପୋର୍ଟ ଦେବା କଥା । ତେଣୁ ଜେଲ୍ ବିଭାଗ କେତେ ଅବହେଳା କରିଛି ଏଥିରୁ ସ୍ପଷ୍ଟ ଜଣାପଡୁଛି । 

ତେଣୁ ରାଜ୍ୟ ସରକାର ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ, ସମ୍ବଲପୁର ଜେଲର ଅଧୀକ୍ଷକ ଓ ମେଡ଼ିକାଲ ଅଫିସରଙ୍କୁ ତୁରନ୍ତ ଉତ୍ତରଦାୟୀ କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି । ଏହି ଘଟଣା ପଛରେ ଥିବା ବଡ ଷଦଯନ୍ତ୍ରର ପର୍ଦ୍ଦାଫାଶ ହେବା ଦରକାର । ବିଭାଗର ମୁଖ୍ୟ, ମୁଖ୍ୟମନ୍ତ୍ରୀ କିଛି ଜାଣୁଛନ୍ତି ନା’ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ରାଜ୍ୟର ୯୧ ଜେଲରେ ପରିସ୍ଥିତି କ’ଣ ଅଛି ରାଜ୍ୟ ସରକାର ତୁରନ୍ତ ସେ ନେଇ ଶ୍ବେତପତ୍ର ପ୍ରକାଶ କରନ୍ତୁ ବୋଲି ସେ କହିଛନ୍ତି ।

   Related Posts