୨ବର୍ଷ ପରେ ଶିଶୁ ନାକରୁ ବାହାରିଲା ଖେଳଣା : କେକ୍ ବାସ୍ନାରେ ଛିଙ୍କରୁ ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ

Published By : Prameya-News7 Bureau | August 18, 2020 IST

ଛୋଟ ପିଲାମାନେ ଅଧିକାଂଶ ସମୟରେ ଖେଳିବାବେଳେ କିଛି ନା କିଛି ଜିନିଷ ପାଟି ବାଟେ କିମ୍ବା ନାକ ବାଟେ ଶରୀର ଭିତରେ ପୂରାଇଥାନ୍ତି। ଏପରି ଏକ ଘଟଣା ଘଟିଛି ନ୍ୟୁଜିଲାଣ୍ଡରେ। ଏଠାରେ ଜଣେ ଶିଶୁ ଖେଳିବାବେଳେ ନିଜ ନାକରେ ଲିଗୋ ପେସ୍ ପୂରାଇ ଦେଇଥିଲେ। ଯାହା ୨ବର୍ଷ ପରେ ଏବେ ନାକରୁ ବାହାରିଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ ନାକ ଭିତରେ ଡାକ୍ତରମାନେ ମଧ୍ୟ ଏହାକୁ ଖୋଜିପାରିନଥିଲେ।

{"id":316388,"sizeSlug":"large"}

ନ୍ୟୁଜିଲାଣ୍ଡର ଦକ୍ଷିଣରେ ସ୍ଥିତ ଡ୍ୟୁନଡିସରେ ୭ବର୍ଷର ସମୀର ଅନଓ୍ବର ନିଜ ବାପା-ମାଆଙ୍କ ସହ ରୁହନ୍ତି। ୨୦୧୮ମସିହାରେ ସେ ଯେତେବେଳେ ୫ବର୍ଷର ଥିଲେ ସେତେବେଳେ ସେ ନିଜ ନାକ ଭିତରେ ଏକ ଲିଗୋ ଖେଳନା ପୂରାଇ ଦେଇଥିଲେ।

{"id":316389,"sizeSlug":"large"}

ସମୀରଙ୍କ ବାପା ମୁଦ୍ଦସିର ନାକରୁ ଏହା ବାହାର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ବାହାର କରିପାରିନଥିଲେ। ସେ ତୁରନ୍ତ ପୁଅକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ମଧ୍ୟ ଲିଗୋ ପାଇନଥିଲେ। ଡାକ୍ତର କହିଥିଲେ ଯେ ଶିଶୁର ଖାଦ୍ୟନଳୀ ରାସ୍ତାରେ ବାହାରକୁ ବାହାରିଯିବ।

{"id":316390,"sizeSlug":"large"}

ଏହା ପରେ ସମୀର କେବେ ଏହାକୁ କୌଣସି ସମସ୍ୟା ହୋଇଥିବା ଅଭିଯୋଗ କରିନଥିଲେ। ତାଙ୍କୁ କେବେ ନାକରେ ଯନ୍ତ୍ରଣା ହୋଇନଥିଲା କି ନିଃଶ୍ବାସ ନେବାରେ ଅସୁବିଧା ହୋଇନଥିଲା। ତେଣୁ ତାଙ୍କ ବାପା-ମାଆ ଏକଥା ଭୁଲି ଯାଇଥିଲେ।

{"id":316391,"sizeSlug":"large"}

କିନ୍ତୁ ଅଗଷ୍ଟ ୧୬ତାରିଖ ରାତିରେ ସମୀର ପିଙ୍କ୍ କପକେକ ଖାଇବା ପାଇଁ ତଳକୁ ନଇଁଥିଲେ। ଖାଇବା ପୂର୍ବରୁ ସେ ଏହି କେକକୁ ଶୁଙ୍ଘିଥିଲେ। ସେତିକିବେଳେ ତାଙ୍କ ନାକରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ସମୀର ଏବଂ ତାଙ୍କ ବାପା-ମାଆଙ୍କୁ ଲାଗିଥିଲା ଯେ ସେ କେକର କିଛି ଭାଗକୁ ନିଜ ନାକ ଭିତରକୁ ଶୁଙ୍ଘିବାବେଳେ ଟାଣି ନେଇଛନ୍ତି।

{"id":316392,"sizeSlug":"large"}

ମାଆ-ବାପା ତାଙ୍କୁ ଜୋରରେ ନାକରେ ଚାପ ପକାଇ ନିଃଶ୍ବାସ ବାହାରେ ଛାଡ଼ିବାକୁ କହିଥିଲେ। ସମୀର କିଛି ସମୟ ଏପରି ଉଦ୍ୟମ କରିବା ପରେ ଯେତେବେଳେ ଜୋରରେ ଛିଙ୍କିଥିଲେ ସେତେବେଳେ ନାକ ଭିତରୁ କଳା ରଙ୍ଗର ଲିଗୋ ପିସ୍ ବାହାରକୁ ବାହାରି ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.