Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବିଜ୍ଞାନ ଭବନରେ ଚାଷୀଙ୍କ ଖାଦ୍ୟ ଚାଖିଲେ କେନ୍ଦ୍ରମନ୍ତ୍ରୀ, କହିଲେ- ଆଇନ ପ୍ରଣୟନ ଓ ପ୍ରତ୍ୟାହାର ଏକ ଦୀର୍ଘ ପ୍ରକ୍ରିୟା, ଗଠିତ ହେବ କମିଟି

30/12/2020 at 6:49 PM

ନୂଆଦିଲ୍ଲୀ ୩୦।୧୨: ନୂଆ ୩ କୃଷି ଆଇନ ବିରୋଧରେ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବୁଧବାର ୩୫ ଦିନରେ ପହଞ୍ଚିଛି। ଆଇନକୁ ନେଇ ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଓ ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ବିଜ୍ଞାନଭବନରେ ୪୦ କୃଷି ସଙ୍ଗଠନଙ୍କ ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ କୃଷକ ପ୍ରତିନିଧିଙ୍କୁ ଆଇନ ବ୍ୟାଖ୍ୟା କରି ବୁଝାଇଛନ୍ତି। ତେବେ ଚାଷୀମାନେ ଆଇନ ପ୍ରତ୍ୟାହାର ଦାବିରେ ନିଜ ଜିଦରେ ଅଡି ରହିଛନ୍ତି।

ଆଇନ ପ୍ରଣୟନ ଓ କାର୍ଯ୍ୟକାରୀ କରିବା ଏକ ଦୀର୍ଘ ପ୍ରକ୍ରିୟା ବୋଲି କେନ୍ଦ୍ରମନ୍ତ୍ରୀମାନେ କୃଷକନେତାଙ୍କୁ ବୁଝାଇବାକୁ ଉଦ୍ୟମ କରିଛନ୍ତି। ଏଥିରେ ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ଏତେ ସହଜ ନୁହେଁ। ତେବେ ଆଇନ ସରକାର ଓ ଚାଷୀଙ୍କ ମଧ୍ୟରେ ଏକ କମିଟି ଗଠନ କରାଯାଇପାରେ ବୋଲି କେନ୍ଦ୍ରମନ୍ତ୍ରୀ ଦ୍ୱୟ କହିଛନ୍ତି।

ଆଲୋଚନାରେ ବୁଧବାର ମଧ୍ୟ କୃଷକନେତାଙ୍କ ଲଗି ବିକ୍ଷୋଭ ସ୍ଥଳରୁ ମଧ୍ୟାହ୍ନ ଭୋଜନ ପଠାଯାଇଥିଲା। ମଧ୍ୟାହ୍ନ ବିରତିରେ କୃଷକ ନେତାମାନେ ଲଙ୍ଗର କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଥାଳି ଉଠାଇ ଚାଷୀଙ୍କ ସହ ଧାଡିରେ ଛିଡା ହୋଇଥିଲେ। କୃଷକ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀମାନଙ୍କର ମଧ୍ୟାହ୍ନ ଭୋଜନ ଫଟୋ ଭାଇରାଲ ହେଉଥିବା ବେଳେ ଏବେ ସରକାର ହୁଏତ ଚାଷୀଙ୍କ ଆଗରେ ନଇଁ ପାରନ୍ତି ବୋଲି ଆଲୋଚନା ହେଉଛି।

ବୁଧବାର ବିକ୍ଷୋଭସ୍ଥଳରେ ଆଉ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ପ୍ରସଙ୍ଗରେ କୃଷକନେତାମାନେ ଉଦବେଗ ପ୍ରକାଶ କରିବା ସହ ଏଥିଲାଗି ସରକାରଙ୍କ ନିକଟରେ କ୍ଷତିପୂରଣ ଦାବି ମଧ୍ୟ ଉଠାଇଛନ୍ତି। ତେବେ ବୈଠକର ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର ଅଟକିଛି। ଦିଲ୍ଲୀରୁ ଚାଷୀ ହଟିବେ ନା ଆନ୍ଦୋଳନ ଆହୁରି ଦୀର୍ଘ ହେବ ସେ ନେଇ ଆନ୍ଦୋଳନକାରୀ ଓ ଦେଶବାସୀ ଜାଣିବାକୁ ଉତ୍ସାହର ସହ ଅପେକ୍ଷା କରିରହିଛନ୍ତି। କିଛି ହେଉ କି ନ ହେଉ ସମାଧାନର ରାସ୍ତା ନିଶ୍ଚିତ ବାହାରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।   

   Related Posts