Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କ ୧୦୧ବର୍ଷରେ ପରଲୋକ

24/07/2020 at 1:16 PM

ନୂଆଦିଲ୍ଲୀ ୨୪/୭: ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କ ଶୁକ୍ରବାର ସକାଳେ କୋଲକାତାରେ ପରଲୋକ ହୋଇଯାଇଛି। ତାଙ୍କୁ ୧୦୧ବର୍ଷ ହୋଇଥିଲା। ଅମଲା କିଛି ଦିନ ହେବ ରୋଗ ଶଯ୍ୟାରେ ଥିଲେ। ସେ ନିଜ ଘରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଅମଲା ଶଙ୍କରଙ୍କ ନାତୁଣୀ ଶ୍ରୀନନ୍ଦା ଶଙ୍କର ତାଙ୍କ ପରଲୋକର ସୂଚନା ସୋସିଆଲ୍ ମିଡିଆରେ ଦେଇଥିଲେ।

ଅମଲା ଶଙ୍କରଙ୍କ ପରଲୋକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଥିଲେ। ମମତା ବାନାର୍ଜୀ କହିଛନ୍ତି ଯେ ଅମଲା ଶଙ୍କରଙ୍କ ଚାଲିଯିବା ଫଳରେ ଡାନ୍ସ ଜଗତ ପାଇଁ ଅପୂରଣୀୟ କ୍ଷତି।

୧୯୧୯ମସିହାରେ ଅମଲାଙ୍କ ଜନ୍ମ ଜସୋରରେ ହୋଇଥିଲା। ଅମଲାଙ୍କ ପରିବାର ଆରମ୍ଭରୁ କଳା କ୍ଷେତ୍ର ସହ ଜଡ଼ିତ ଥିଲା। ୧୯୩୦ମସିହାରେ ସେ ନିଜ ଗୁରୁ ଏବଂ ତାଙ୍କ ଭାବୀ ସ୍ବାମୀ ଉଦୟ ଶଙ୍କରଙ୍କୁ ପ୍ରଥମ ଥର ଭେଟିଥିଲେ। ସେତେବେଳେ ଅମଲାଙ୍କ ବୟସ ମାତ୍ର ୧୧ବର୍ଷ ଥିଲା।

ଅମଲା ନିଜ ପ୍ରଥମ ପରଫର୍ମାନ୍ସ ୧୯୩୧ମସିହାରେ ବେଲଜିୟମରେ ଦେଇଥିଲେ। ୧୯୩୯ମସିହାରେ ଅମଲା ଏକ ଡାନ୍ସ ଗ୍ରୃପ୍ ସହ ଚେନ୍ନାଇରେ ପରଫର୍ମାନ୍ସ ଦେଇଥିଲେ। ସେହି ସମୟରେ ଉଦୟ ତାଙ୍କୁ ବିବାହ କରିବାକୁ ପ୍ରପୋଜ କରିଥିଲେ। ୧୯୪୨ମସିହାରେ ଅମଲା ଏବଂ ଉଦୟ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ଝିଅ ମମତା ଏବଂ ଗୋଟିଏ ପୁଅ ଆନନ୍ଦ । ଦୁହେଁ ସଙ୍ଗୀତ ଏବଂ କଳା କ୍ଷେତ୍ର ସହ ଜଡ଼ିତ।

   Related Posts