କରୋନାକୁ ହରାଇଲେ ସଚିନ ତେନ୍ଦୁଲକର, ମାର୍ଚ୍ଚ ୨୭ରେ ପଜିଟିଭ ଚିହ୍ନଟ ପରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି
8/04/2021 at 8:17 PM

ନୂଆଦିଲ୍ଲୀ ୦୮/୦୪ : ମହାମାରୀ କରୋନାକୁ ମାତ୍ ଦେଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର । ଗରୁବାର ଦିନ ହସ୍ପିଟାଲରୁ ଡସ୍ଚାର୍ଜ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର । ଏ ନେଇ ତେନ୍ଦୁଲକର ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ କିଛି ଦିନ ହୋମ କ୍ବାରେଣ୍ଟାଇନରେ ରହିବେ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୭ ତାରିଖରେ କରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଥିଲେ ତେନ୍ଦୁଲକର । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେନ୍ଦୁଲକରଙ୍କ ବ୍ୟତିତ ରୋଡ୍ ସେଫ୍ଟି ସିରିଜ୍ ଖେଳିଥିବା ଅନେକ କ୍ରିକେଟର କରୋନା ଆକ୍ରାନ୍ତ ହୋଇଛନ୍ତି । ୟୁସୁଫ୍ ପଠାନ୍, ଇର୍ଫାନ୍ ପଠାନ ଏବଂ ଏସ୍ ବଦ୍ରିନାଥ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।
Related Posts
ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍ଡାଉନ୍
19 April 2021