କେଉଁ ଦଳ ଜିତିବ ହାଇଭୋଲ୍‌ଟେଜ୍ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ? ଭବିଷ୍ୟବାଣୀ କଲେ ରାହୁଲ ଦ୍ରାବିଡ

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ ୧୦।୦୫: ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମୁକାବିଲା ପରେ ଇଂଲଣ୍ଡ ମାଟିରେ ଭାରତ ଓ ଘରୋଇ ଦଳ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ତଥା କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡ ଭବିଷ୍ୟତବାଣୀ କରିଛନ୍ତି। ସେ କହିଛନ୍ତି ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୩-୨ରେ ଜିତିବ। ଅଗଷ୍ଟ ୪ରେ ନର୍ଟିଂହାମର ଟ୍ରେଣ୍ଟବ୍ରିଜ୍‌ରେ ସିରିଜ୍‌ର ପ୍ରଥମ ମୁକାବିଲା ଖେଳାଯିବ।

ଭାରତ ୨୦୧୮ରେ ଶେଷ ଥର ଏହି ଷ୍ଟାଡିୟମରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ସିରିଜ୍‌ର ବାକି ୪ ମ୍ୟାଚ୍‌ ଲର୍ଡ୍ସ,  ହେଣ୍ଡିଗ୍ଲେ, କେନିଙ୍ଗଟନ ଓଭାଲ ଓ ଓଲ୍ଡ ଟ୍ରାଫର୍ଡରେ ଖେଳାଯିବ। ଦ୍ରାବିଡ ଲାଇଭ୍ ଓ୍ଵେବ୍ ଇଣ୍ଡିଆ ଦ୍ଵାରା ଆୟୋଜିତ ଓ୍ଵେବିନାରରେ ନିଜ ମତ ରଖିଛନ୍ତି। ଦ୍ରାବିଡ କହିଛନ୍ତି, ମୋ ମତରେ ଭାରତ ପାଖରେ ବର୍ତ୍ତମାନ ଭଲ ସୁଯୋଗ ରହିଛି। ଇଂଲଣ୍ଡର ବୋଲିଂ ନିଃସନ୍ଦେହ ବହୁତ ଶକ୍ତିଶାଳୀ। ଭାରତ ପାଖରେ ମଧ୍ୟ ଶକ୍ତିଶାଳୀ ବୋଲିଂ ୟୁନିଟ୍  ରହିଛି।

ଦାବିଡ କହିଛନ୍ତି, ରବି ଶାସ୍ତ୍ରୀ  ଜୋ ରୁଟ୍ ଓ ବେନ ଷ୍ଟୋକ୍ସଙ୍କୁ ଶୀଘ୍ର ଆଉଟ୍ କରିବା ପାଇଁ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ପଡିଆରେ ଓହ୍ଲାଇ ପାରନ୍ତି। ଅନୁଭବୀ ଖେଳାଳି ଭାବେ ଇଂଲଣ୍ଡରେ ଖେଳିବାର ପୂର୍ବ ଅନୁଭବ ଏବଂ ମଜବୁତ ବ୍ୟାଟିଂ ଲାଇନ୍‌ ଅପ୍‌ କାରଣରୁ ସିରିଜ୍‌ରେ ଭାରତର ପଲ୍ଲା ଭାରି ରହିଛି।

ରାହୁଲ କହିଛନ୍ତି, ଇଂଲଣ୍ଡ ପାଖରେ ଶୀର୍ଷ ଛଅ କିମ୍ବା ସାତ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜୋ ରୁଟ୍ ବିଶ୍ଵସ୍ତରୀୟ ବ୍ୟାଟସମ୍ୟାନ। ବେନ ଷ୍ଟୋକ୍ସଙ୍କ ପରି ସର୍ବଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟ ଘରୋଇ ଦଳ ପାଖରେ ରହିଛି। କିନ୍ତୁ ଭାରତ ମଧ୍ୟ ଭଲ ପ୍ରସ୍ତୁତି କରିବ। ଦଳର ବ୍ୟାଟିଂକ୍ରମ ଅନୁଭବୀ ଥିବାରୁ ଭାରତ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଥିବା ଦ୍ରାବିଡ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.