ଉଦଘାଟିତ ହେଲା ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତିୀ, ଫ୍ୟାନ୍ସ କହିଲେ ଦେହ ଠିକ ଅଛି ହେଲେ ମିଶୁନି ମୁହଁ…

Published By : Prameya-News7 Bureau | September 04, 2019 IST

ମୁମ୍ବାଇ୪|୯:ବଲିଉଡର ବରିଷ୍ଠ ଅଭିନେତ୍ରୀ ତଥା ମିସ୍‌ ହୱାହୱାଇ ସ୍ବର୍ଗତ ଶ୍ରୀଦେବୀ ଜଣେ ଏମିତି ଷ୍ଟାର ଯାହାକୁ ଦେଶ କେବେ ଭୁଲି ପାରିବ ନାହିଁ। ସମଗ୍ର ବିଶ୍ବରେ ତାଙ୍କ ଦମଦାର ଅଭିନୟର ଦିୱାନା ଅଛନ୍ତି। ତେବେ ଏହି କାରଣ ଯୋଗୁଁ ତାଙ୍କୁ ଏକ ଶୁଭ ଅବସରରେ ମନେ ପକାଯାଇଛି। ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତିୀ ସିଙ୍ଗାପୁର ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଛି। ଏହି ଅବସରରେ ଶ୍ରୀଦେବୀଙ୍କ ସ୍ବାମୀ ତଥା ଫିଲ୍ମ ପ୍ରଯୋଜକ ବୋନି କପୁର, ଝିଅ ଜାହ୍ନବୀ ଏବଂ ଖୁସି ଉପସ୍ଥିତ ଥିଲେ।

{"id":152997}

ଶ୍ରୀଦେବୀଙ୍କ ପରିବାର ସହ ତାଙ୍କର ଅସଂଖ୍ୟ ଫ୍ୟାନ୍ସଙ୍କ ପାଇଁ ମଧ୍ୟ ଏହା ଏକ ଗର୍ବର ବିଷୟ। ଶ୍ରୀଦେବୀଙ୍କର ଏହି ମହମ ପ୍ରତିମୂର୍ତ୍ତିୀ ଫିଲ୍ମ 'ମିଷ୍ଟର ଇଣ୍ଡିଆର ହୱାହୱାଇ' ଲୁକ ଉପରେ ଆଧାରିତ। ଶ୍ରୀଦେବୀଙ୍କର ଏହି ପ୍ରତିମୂର୍ତ୍ତିୀ ସ୍ଥାପନ ସମୟରେ କପୁର ପରିବାର ସମସ୍ତ ସଦସ୍ୟ ଭାବୁକ ହୋଇପଡିଥିଲେ। 

{"id":152998,"width":585,"height":419}

ବଲିଉଡର ଅନେକ ସେଲିବ୍ରିଟଙ୍କ ମହମ ପ୍ରତିମୂର୍ତ୍ତିୀ ଏଠାରେ ପୂର୍ବରୁ ସ୍ଥାନ ପାଇଥିବା ବେଳେ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତିୀ ଏବେ ସ୍ଥାନ ପାଇଛି। ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତିୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

{"id":152999}

ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତିୀ ନେଇ ସୋସିଆଲ ମିଡିଆରେ ଅନେକ ପ୍ରସଙ୍ଗ ଉଠିଛି। ତେବେ ତାଙ୍କର ଏହି ମହମ ପ୍ରତିମୂର୍ତ୍ତିୀ ଫ୍ୟାନ୍ସଙ୍କୁ ଅଧିକ ପସନ୍ଦ ଆସିନଥିଲା। କାରଣ ୟୁଜକଙ୍କ ଅନୁସାରେ ଏହି ମହମ ପ୍ରତିମୂର୍ତ୍ତିୀରେ ଶ୍ରୀଦେବୀଙ୍କ  ଦେହ ଠିକ ଲାଗୁଛି। ହେଲେ ମୁହଁ  ଜମା ମିଶୁନାହିଁ।ମହମ ପ୍ରତିମୂର୍ତ୍ତିୀରେ କେବଳ ତାଙ୍କ ପୋଷାକ ଓ ଫିଗର ଉପରେ ଧ୍ୟାନ ଦିଆଯାଇଛି। ମୁହଁକୁ ସମ୍ପୂର୍ଣ୍ଣ ଅଲଗା କରାଯାଇଛି। କିଛି ଜଣ ଏହି ମହମ ପ୍ରତିମୂର୍ତ୍ତିୀକୁ ତୁରନ୍ତ ବଦଳିବା ପାଇଁ ମତ ଦେଇଛନ୍ତି।

{"id":153000}

ବୋନି କପୁର ଏହି ମହମ ପ୍ରତିମୂର୍ତ୍ତିୀ ସେୟାର କରି ଲେଖିଛନ୍ତି ଯେ, ଶ୍ରୀଦେବୀ ସବୁବେଳେ ତାଙ୍କ ଭିତରେ ରହିବେ, କେବଳ ତାଙ୍କ ହୃଦୟରେ ନୁହେଁ ବରଂ ଲକ୍ଷଲକ୍ଷ ଫ୍ୟାନମାନଙ୍କ ହୃଦୟରେ ସବୁବେଳେ ରହିଥିବେ। ତାଙ୍କ ସ୍ମୃତି ଚୀର ଦିନ ପାଇଁ ସମସ୍ତଙ୍କ ମଧ୍ୟରେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.