Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଅଭିନେତା ଜଗଦୀପଙ୍କ ୮୧ ବର୍ଷ ବୟସରେ ପରଲୋକ,ଆର ପାରିରେ ସୋଲେର ସୁରମା ଭୋପାଳି

8/07/2020 at 10:33 PM

ନୂଆଦିଲ୍ଲୀ ୦୮।୦୭:   ବଲିଉଡର କିମ୍ବଦନ୍ତୀ ଅଭିନେତା ତଥା କମେଡିୟାନ ଜଗଦୀପଙ୍କ ୮୧ ବର୍ଷ  ବୟସରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ କାରଣରୁ ବଢୁଥିବା ସ୍ଵାସ୍ଥ୍ୟଗତ ସମସ୍ୟା ସହ ସଂଘର୍ଷ ପରେ ଶେଷରେ ଆଜି ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ପ୍ରକୃତ ନାମ ସଇଦ ଇସ୍ତିୟାକ ଅହମ୍ମଦ ଜାଫରୀ ଥିଲା। ତାଙ୍କର ଜନ୍ମ ୧୯୨୯ ମାର୍ଚ୍ଚରେ ହୋଇଥିଲା। ଜଗଦୀପ ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ସେ ୧୯୭୫ରେ ପରଦାକୁ ଆସିଥିବା ବ୍ଲକବଷ୍ଟର ଫିଲ୍ମ ସୋଲେରେ ସୁରମା ଭୋପାଳି ଚରିତ୍ରରେ ଅଭିନୟ କରି ବହୁତ ପ୍ରଶଂସା ସାଉଁଟିଥିଲେ।

ଏହା  ବ୍ୟତୀତ ଫିଲ୍ମ ପୁରାନା ମନ୍ଦିରରେ ମଚ୍ଛର ଚରିତ୍ର ଓ ଫିଲ୍ମ ଅନ୍ଦାଜ ଅପନା ଅପନାରେ ସଲମାନ ଖାନଙ୍କ  ପିତା ଚରିତ୍ରରେ ମଧ୍ୟ ଦର୍ଶକଙ୍କ ଜବରଦସ୍ତ ମନୋରଞ୍ଜନ କରିଥିଲେ। ସେ ଏକ ଫିଲ୍ମ ନିର୍ଦ୍ଦେଶନା କରିଥିଲେ ଯାହାର ନାମ ସୁରମା ଭୋପାଳି ଥିଲା। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ।

   Related Posts