କ୍ରିକେଟରୁ କ୍ୟାନସର-ପୁଣି କ୍ରିକେଟ, ଶେଷ ହୋଇଛି ୨୫ ବର୍ଷର ଯାତ୍ରା : କ୍ରିକେଟକୁ ଆଲବିଦା କହିଛନ୍ତି ଦି ଲିଜେଣ୍ଡ ଯୁବରାଜ ସିଂହ

Published By : Prameya-News7 Bureau | June 10, 2019 IST

ଗୋଟିଏ ପଟେ ଅଷ୍ଟ୍ରେଲିଆକୁ ଧୂଳି ଚଟେଇ ବିଶ୍ବକପ ସେମିଫାଇନାଲକୁ ଯିବାର ଝୁଙ୍କ ଆଉ ଅନ୍ୟପଟେ ଦେହରେ କ୍ୟାନ୍‌ସରର କଷ୍ଟ। ହେଲେ ପଛକୁ ହଟି ନ ଥିଲେ । ୨୮ ବର୍ଷ ପରେ ଭାରତ ବିଶ୍ୱ ବିଜେତା ହୋଇଥିଲା । ଆଉ ଏ ସଫଳତାର ମହାନାୟକ ଥିଲେ ଯୁବରାଜ ସିଂ ।  କ୍ରିକେଟରୁ କ୍ୟାନସର, ପୁଣି କ୍ରିକେଟ । ଶେଷ ହୋଇଛି ୨୨ ଗଜରେ ୨୫ ବର୍ଷର ଯାତ୍ରା । ସଂଘର୍ଷ-ସଫଳତାର ଯୁଗ । ଯୁବିଙ୍କ ଯୁଗ । ଆଉ ଗୋଟିଏ ଯୁଗକୁ ପଛରେ ପକାଇ କ୍ରିକେଟକୁ ଆଲବିଦା କହିଛନ୍ତି ଦି ଲିଜେଣ୍ଡ ଯୁବରାଜ ସିଂହ। ଆଉ ଅବସର ଘୋଷଣା କରିବା ସମୟରେ ତାଙ୍କ ଆଖିରୁ ଝରି ଆସିଥିଲା ଲୁହ।

{"id":121787}

କିଏ ଭୁଲି ପାରିବ । ୨୦୦୨ ଇଂଲଣ୍ଡ ବିପକ୍ଷ ନାଟୱେଷ୍ଟ ସିରିଜର ଫାଇନାଲ । ୩୨୬ର ବଡ଼ ସ୍କୋର ଚେଜ୍ କରିବାକୁ ଜି ଜାନ୍ ଲଗାଇ ଦେଇଥିଲେ ଯୁବରାଜ୍ । ଆଉ ପାଲଟି ଯାଇଥିଲେ ଭାରତୀୟ କ୍ରିକେଟର ୟଙ୍ଗ୍ ସେନସେସନ । ସେବେଠୁ କେବେ ବି ପଛକୁ ଫେରି ଚାହିଁ ନାହାନ୍ତି । କିଏ ବା ଭୁଲିବ ୨୦୦୭ ଟି-ଟ୍ୱେଣ୍ଟି ୱାର୍ଲଡ କପର ଇଂଲଣ୍ଡ ବିପକ୍ଷର ସେହି ମ୍ୟାଚ୍ ।  ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକ୍କା । ୧....୨....୩....୪....୫....୬.... ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ସଫଳତାରେ ଯୁବରାଜ ଥିଲେ ପ୍ରଥମ ।

{"id":121788}

୩ ଅକ୍ଟୋବର ୨୦୦୦ରେ କେନିୟା ବିପକ୍ଷ ଦିନିକିଆରୁ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ ଯୁବରାଜ । ଦିନିକିଆ ସ୍ପେଶାଲିଷ୍ଟ କୁହାଯାଉଥିବା ଏହି ବାମହାତୀ ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ ୩୦୪ ଦିନିକିଆରୁ ୩୬.୫ ଆଭରେଜରେ ୮୭୦୧ ରନ୍ ସଂଗ୍ରହ କରିଛନ୍ତି । ଖାଲି ବ୍ୟାଟିଂ ନୁହେଁ, ଦିନିକିଆରେ ତାଙ୍କ ସ୍ପିନ୍ ବୋଲିଂ କରିସ୍ମା ବି ଦେଖିବାକୁ ମିଳିଛି ଅନେକ ମ୍ୟାଚରେ । ୧୧୧ଟି ୱିକେଟ ରହିଛି ତାଙ୍କ ନାଁରେ ।

{"id":121789}

ଟି-ଟ୍ୱେଣ୍ଟିରେ ୫୮ଟି ମ୍ୟାଚରୁ ୨୮ ଆଭରେଜ ଓ ୧୩୬.୪ ଷ୍ଟ୍ରାଇକ ରେଟରେ ୧୧୭୭ ରନ୍ ହାସଲ କରିଛନ୍ତି ଯୁବରାଜ । ।  ୪୦ଟି ଟେଷ୍ଟରୁ ୩୩.୯ ଆଭରେଜରେ କରିଛନ୍ତି ୧୯୦୦ ରନ୍ । ଏହା ବାଦ୍ ଯୁବରାଜ ସବୁଠୁ ବେଶୀ ମନେ ପଡ଼ିବେ ତାଙ୍କ ଫିଲ୍ଡିଂ ଦକ୍ଷତା ଲାଗି । କ୍ୟାନସର ସହ ଲଢେଇ ପରେ ପୁଣି ଥରେ ୨୦୧୨ରେ କ୍ରିକେଟ ମଇଦାନକୁ ସେ ଫେରିଥିଲେ । ଶେଷ ଥର ଲାଗି ୨୦୧୭ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆରେ ତାଙ୍କୁ ସୁଯୋଗ ମିଳିଥିଲା ।

{"id":121790,"width":581,"height":393}

୧୫ ବର୍ଷରୁ କମ୍ ୧୯୯୬ ବିଶ୍ୱକପରେ ସେ ଥିଲେ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ । ୧୯ ବର୍ଷରୁ କମ୍ ୨୦୦୦ ବିଶ୍ୱକପରେ ସେ ଥିଲେ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ । ୨୦୧୧ ବିଶ୍ୱକପରେ ବି ଥିଲେ ସେ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ । ଏହା ସହ ୨୦୦୩ ବିଶ୍ୱକପର ଫାଇନାଲକୁ ଯାଇଥିବା ଟିମ୍ ଇଣ୍ଡିଆର ବି ସେ ଥିଲେ ପ୍ରମୁଖ ସଦସ୍ୟ । ତାହାହିଁ କହିଛି ଯୁବରାଜ କ୍ରିକେଟ ଲିଜେଣ୍ଡ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.